୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
by Argus News
Thu, May 09 | 2:02 p.m.

ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ।

ସେହି ୩୦ ଜଣଙ୍କୁ ଛାଡ଼ି ବାକିମାନଙ୍କୁ ଗୁରୁବାର (ଆଜି) ଅପରାହ୍ନ ୪ଟା ସୁଦ୍ଧା ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛି କମ୍ପାନି। ଯଦି ସେମାନେ ‌ସେପରି ନକରନ୍ତି ତ ବହିଷ୍କୃତର ସମ୍ମୁଖୀନ ହେବେ ବୋଲି କମ୍ପାନି ସୂଚାଇ ଦେଇଛି।  ବିମାନ ସେବା ପକ୍ଷରୁ ଆହୁରି ବି କୁହାଯାଇଛି ‌ଯେ ୨୯୨ଟି ବିମାନ ଚଳାଚଳ କରିବ।
‌କୌଣସି ଯଥାର୍ଥ କାରଣ ନଥାଇ ଏପରି ଅଚାନକ ସମୂହ ଛୁଟିରେ ଯିବା ଏୟାର ଇଣ୍ଡିଆ ଏକ୍ସପ୍ରେସ କର୍ମଚାରୀଙ୍କ ନିୟମକୁ ଉଲ୍ଲଂଘନ କରିଛି। ଉଡ଼ାଣ ପାଇଁ କ୍ରୁ' ମାନଙ୍କ ନାମ ତାଲିକାଭୁକ୍ତ ହୋଇ ସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ଏପରି ସମୂହ ଛୁଟିରେ ଯିବା କାରଣରୁ କମ୍ପାନି ପୂର୍ବରୁ ୩୦ଜଣଙ୍କୁ ବହିଷ୍କୃତ କରିସାରିଛି।

ଆପଣ ଆଉ କର୍ମଚାରୀ ଭବେ ବିବେଚିତ ହେବେ ନାହିଁ। ଅଫିସିଆଲ୍‌ ମେଲ୍‌, ସର୍ଭର ଏବଂ ଅନ୍ୟାନ୍ୟ ଯୋଗାଯୋଗକୁ ଆଉ ଆପଣ ଆଜିଠାରୁ ବ୍ୟବହାର କରିପାରିବେ ନାହିଁ’’ ବୋଲି ମେଲ୍‌ରେ କର୍ମଚାରୀମାନଙ୍କୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ELECTION UPDATE
6m ago
ଝାରସୁଗୁଡ଼ାରେ ସର୍ବାଧିକ, ବଲାଙ୍ଗିରରେ ସର୍ବନିମ୍ନ ମତଦାନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨% ଭୋଟିଂ ହୋଇଛି
ଚିଲିକା ଆସିବେ
26m ago
ଚିଲିକା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ
ଅର୍ଗସ ବ୍ୟୁରୋ: ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ରକୁ ଆସନ୍ତା ୨୩ ତାରିଖରେ ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଜେପି ପାଇଁ କରିବେ ପ୍ରଚାର
ELECTION UPDATE
34m ago
ଶଙ୍ଖ ଚିହ୍ନରେ ଭୋଟଦିଅ, ନହେଲେ ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ
ରାୟଗଡା: ଶଙ୍ଖ ଚିହ୍ନରେ ଭୋଟଦିଅ ନହେଲେ ତୁମର ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମା