ଶଙ୍ଖ ଚିହ୍ନରେ ଭୋଟଦିଅ, ନହେଲେ ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ 
by Argus News
Mon, May 20 | 12:13 p.m.

ରାୟଗଡା: ଶଙ୍ଖ ଚିହ୍ନରେ ଭୋଟଦିଅ ନହେଲେ ତୁମର ରାସନକାର୍ଡ ଓ ବିଜୁସ୍ବାସ୍ଥ କାର୍ଡ କାଟିଦେବୁ ବୋଲି ଖୁଲମ ଖୁଲା ଧମକ ଦେଉଛନ୍ତି ଜଣେ ମହିଳା ବ୍ୟାଙ୍କ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ପ୍ରତ୍ୟେକ ପଞ୍ଚାୟତର SHG ମହିଳାମାନଙ୍କ  ଘରେ ଘରେ ପସି ଶଙ୍ଖଚିହ୍ନରେ ଭୋଟ ଦିଅ । ଏଥର ବିଜେଡିକୁ ଭୋଟ ନଦେଲେ ତୁମର ରାସନକାର୍ଡ ବିଜୁସ୍ବାସ୍ଥ କାର୍ଡ ,ବ୍ୟାଙ୍କ ପାସ୍ ବୁକ କାଟିଦେବୁ ବଲି ଧମକଚମକ ଦେଉଥିବା ଏବେ ଅଭିଯୋଗ ହୋଇଛି । 

ସେ ମହିଳା ବ୍ୟାଙ୍କ କର୍ମଚାରୀ ଜଣକ ଟିଙ୍କିବିର ଶାଖାର ବ୍ୟାଙ୍କମିତ୍ର ଭାବରେ କାର୍ଯ୍ୟରତ ଥିବା ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ଆପଣ ସ୍କ୍ରିନରେ ଦେଖୁଥିବା ଏ ମହିଳା ହେଉଛନ୍ତି ଜଣେ ବ୍ୟାଙ୍କ ମିତ୍ର । ତାଙ୍କ ନାଁ ଜ୍ୟୋତି ମଞ୍ଜରି ପ୍ରଧାନ ବୋଲି ଜଣାପଡିଛି । ମହିଳା ଜଣଙ୍କ ଦେବଗଡର ବିଜେଡି ବିଧାୟକ ପ୍ରାର୍ଥୀ ରମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ମିଠା ଖୁଆଉଛନ୍ତି ଓ ତାଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ମଧ୍ୟ ଜଣାଉଛନ୍ତି । 

ଏହି ମହିଳା ଏବେ ମହିଳାମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟଦିଅ ବୋଲି  ଧମକଚମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଶିଛି । ଯାହାକୁ ନେଇ ମହିଳାମାନେ ଭୟବିତ ହେବାସହ ଜୀବନ ପ୍ରତି ବିପଦ ମନେ କରି ନିଜ ନାଁକୁ ଗୋପନ ରଖିବା ସହ କ୍ୟାମେରା ଆଗରେ ମୁହଁକୁ ଘୋଡେଇ ପ୍ରତିକ୍ରିୟା ଦେଇଛନ୍ତି ।


ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ