୩୩ ବର୍ଷର ସଂକଳ୍ପ : ରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବା ସହ କାଟିବେନି ଚୁଟି
by Argus News
Tue, Jan 09 | 5:16 p.m.

ଅର୍ଗସ ବ୍ୟୁରୋ : ଭକ୍ତ ଏବଂ ଭଗବାନଙ୍କ ଅନନ୍ୟ ସମ୍ପର୍କ । ସେ ସମ୍ପର୍କକୁ ବର୍ଣ୍ଣନା କରିବାର ସକ୍ଷମ କାହା ପାଖରେ ନଥାଏ।  ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଅନେକ ଭକ୍ତଙ୍କ ଅପେକ୍ଷା ଯୁଗଯୁଗରୁ ଥିଲା । ଅନେକ ଭକ୍ତ ବାବରୀ ମସଜିଦ ଆନ୍ଦୋଳନ ସମୟରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଦାବି କରି ଲାଠି ମାଡ ଖାଇଥିଲେ । ଜେଲ ମଧ୍ୟ ଯାଇଥିଲେ । ହେଲେ ତାଙ୍କ ଭିତରର ସେ ବିଶ୍ବାସ ଏବଂ ଭରଷା ଥିଲା, କି ମନ୍ଦିର ଯେମିତି ବି ହେଲେ ପ୍ରତିଷ୍ଠା ହେବ। ଯାହାକୁ ନେଇ ୧୯୯୦ର ଜଣେ କର ସେବକ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନହେବା ଯାଏଁ ଖାଲି ପାଦରେ ବୁଲିବାର ଏବଂ ଚୁଟି ନକାଟିବାର ନିଷ୍ପତ୍ତି ନେଇଥିଲେ । 

ଅଧିକ ପଢନ୍ତୁ : ଆସୁଛନ୍ତି ମୋ ପ୍ରଭୁ ରାମ....

ଏହି ଭକ୍ତଜଣକ ହେଉଛନ୍ତି ରାମେଶ୍ବରମର ରାଜୁ ମହାରାଜ । ସେ ଦୀର୍ଘ ୩୩ ବର୍ଷ ହେବ ଏପରି ସଂକଳ୍ପ ନେଇଥିଲେ । ତାଙ୍କର ଏହି ସଂକଳ୍ପ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି । ଆଗାମୀ ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଯାହାକୁ ନେଇ ରାମେଶ୍ବରମରୁ ଅଯୋଧ୍ୟା ପାଦରେ ଯାତ୍ରା କରୁଛନ୍ତି ଶ୍ରୀରାମ ଭକ୍ତ ରାଜୁ ମହାରାଜ । ତାଙ୍କୁ ମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ମନ୍ଦିର ପ୍ରତିଷ୍ଠା ପରେ ସେ ନିଜର ଚୁଟି କାଟିବେ ଏବଂ ପାଦରେ ଚପଲ ପିନ୍ଧିବେ ବୋଲି କହିଛନ୍ତି  । 
 

ACCIDENT
16m ago
ରାଜପଥରେ ଦୁଇଟି କାରକୁ ଧକ୍କା ଦେଲା ଟ୍ରକ, ୫ ଆହତ
ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥଗୋଡିପଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ରାଜପଥରେ ଦୁଇଟି କାରକୁ ପଛରୁ ଧକ୍କା ଦେଲା ଟ୍ରକ
CHIEF MINISTER
28m ago
କେନ୍ଦୁଝରରେ ମେଗା ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: କେନ୍ଦୁଝରରେ ମେଗା ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ବିଭାଗ, ଓଏମସି, ALIMCO, ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ସାମାଜି
ଆତିଶୀ ମର୍ଲେନ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ
ଅର୍ଗସ ବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନ। ପଦ ଓ ଗୋପନୀୟତାର ଶପଥ କରାଇଲେ ଏଲଜି। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ।ଅନ୍ୟପଟେ ନୂ