ରାଜପଥରେ ଦୁଇଟି କାରକୁ ଧକ୍କା ଦେଲା ଟ୍ରକ, ୫ ଆହତ
by Argus News
Sat, Sep 21 | 6:03 p.m.

ଅର୍ଗସ ବ୍ୟୁରୋ:  ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥଗୋଡିପଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ରାଜପଥରେ ଦୁଇଟି କାରକୁ ପଛରୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ କାରରେ ଥିବା ୩ଜଣ ଗୁରୁତର ୨ଜଣ ଆହତ  ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଦୁଇଟି କାରରେ ଭୁବନେଶ୍ୱରରୁ ଚିଲିକା ବୁଲିବାକୁ ୧୦ଜଣ ସାଗଂ ଯାଊଥିଲେ।ଜାତୀୟ ରାଜପଥ ଗୋଡିପଡା ଛକ ନିକଟରେ ଦୁଇଟି କାର ପାର୍କିଂ କରି ରଖିଥିଲେ।ଏହି ସମୟରେ ଏକ ଟ୍ରକ  ପଛରୁ ପ୍ରଥମେ ଏକ କାରକୁ ଧକ୍କା କରି ଅନ୍ୟ ଏକ କାରକୁ ପଛରୁ ଧକ୍କା କରିଥିଲା।

ଟ୍ରକ ଧକ୍କାରେ କାରରେ ୩ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ମଃଇଳା ଅଛନ୍ତି।ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ଆହତ ମାନଙ୍କୁ ମେଡିକାଲ କୁ ପଠାଇଛନ୍ତି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।ପୋଲିସ ଟ୍ରକ ଓ ଦୁଇଟି କାରକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

"ନୂଆଁଖାଇ
4m ago
ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ନୂଆଁଖାଇ ପରବ। ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥ
BJD
21m ago
24 ବର୍ଷର  ଅହଂଙ୍କାରକୁ ଲୋକେ ଉପାଡି ଫିଙ୍ଗିଲେ
ଅର୍ଗସ ବ୍ୟୁରୋ: କୁଜଙ୍ଗରେ ପ୍ରତିବାଦ ସଭା କରୁଥିଲା ବିଜେଡି.. ମଂଚରେ ଦେବାଶିଷ ସାମନ୍ତରାୟଙ୍କ ସହ ଥିଲେ ଅନେକ ଆଗଧାଡିର ନେତା... କର୍ମୀଙ୍କୁ ବିରୋଧୀ ଦଳର ଭୂମିକ
ବିକାଶ ଅପହଞ୍ଚ
29m ago
ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬
ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇ