ସମ୍ ଅଲ୍ଟିମେଟ୍ ମେଡିକେୟାରରେ ୩ୟ ଥର ପାଇଁ ଅଙ୍ଗଦାନ ; ୨ ପାଇଲେ ନୂଆ ଜୀବନ
by Argus News
Fri, Nov 01 | 10:50 a.m.

ଅର୍ଗସ ବ୍ୟୁରୋ :  ଅଂଗଦାନକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହନ ଦେଉଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରରେ  ତୃତୀୟ ଥର ପାଇଁ ହୋଇଛି ଅଙ୍ଗଦାନ । ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଦୁଇଟି ଅଂଗ ଦୁଇ ଗୁରୁତର ରୋଗୀଙ୍କୁ ଦେଲା ନୂଆ ଜୀବନ  । ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଶରୀରରୁ ଦୁଇଟି ଅଂଗ ବାହାର କରାଯାଇ ରାଜଧାନୀର ଦୁଇଟି ହସ୍ପିଟାଲ୍‌ରେ ଥିବା ଗୁରୁତର ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପ୍ରକ୍ରିୟା ସମ୍ପନ୍ନ କରାଯାଇଛି। ଦୀପାବଳି ପୂର୍ବରୁ ଅସୁସ୍ଥ ମଣିଷଙ୍କୁ ନୂତନ ଜୀବନ ଦେବାର ଏହି ଉଦ୍ୟମକୁ ବଳବତର ରଖିଛି ସମ୍ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳର ୫୯ ବର୍ଷୀୟ ଅଲେଖ ପ୍ରସାଦ ପରିଡା ମସ୍ତିଷ୍କରେ ଗୁରୁତର ଆଘାତ ସମସ୍ୟା ନେଇ ଗତ ୨୭ ତାରିଖ ଦିନ ରାତିରେ ସମ‌ରେ ଭର୍ତି ହୋଇଥିଲେ। ବ୍ରେନ୍ ଡେଡ୍ ହୋଇଯାଇଥିବା ଖବର ଜାଣି ଅଂଗଦାନ ନିମନ୍ତେ ପରିବାରକୁ ଅନୁରୋଧ କରାଯାଇଥିଲା ।

ଅଧିକ ପଢନ୍ତୁ : ମୃତ ବ୍ୟକ୍ତି ହେଲା ଜୀବିତ , ଅଙ୍ଗଦାନ ବେଳେ ହଠାତ ଖୋଲିଲା ଆଖି

ପରିବାର ଲୋକେ ସମ୍ମତି ପ୍ରଦାନ କରିବା ପରେ ବୁଧବାର ତାଙ୍କ ଶରୀରର ଦୁଇଟି ଅଂଗକୁ ରାଜଧାନୀର ଦୁଇଟି ହସ୍ପିଟାଲ୍‌କୁ ପଠାଯାଇଥିବା କହିଛନ୍ତି ସମ୍ମମ୍‌ର ନ୍ୟୁରୋସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ସୋମନାଥ ଜେନା। ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ୨୦୨୩ ଜୁନ୍ ମାସରେ ସମ୍ମରେ ବ୍ରେନ୍ ଡେଡ୍ ହୋଇଥିବା ବ୍ୟକ୍ତି ପ୍ରସନ୍‌ଜିତ ମହାନ୍ତିଙ୍କ ଶରୀରରୁ ଏକା ସଂଗେ ୫ ଟି ଅଂଗ ବାହାର କରାଯାଇ କଟକ ସମେତ ରାଜ୍ୟ ବାହାର ନୁଆଦିଲ୍ଲୀ ଓ କୋଲ୍‌କାତାର ହସ୍ପିଟାଲକୁ ମଧ୍ୟ ପଠାଯାଇ ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା ।

ବୋମା
13m ago
ଦୀପାବଳିରେ ଘର ଉପରକୁ ବୋମା ମାଡ଼
ଅର୍ଗସ ବ୍ୟୁରୋ: ପୁଣି ଗଞ୍ଜାମ ଦିଗପହଣ୍ଡିରେ ଫୁଟିଲା ବୋମା । ଦୀପାବଳିରେ ଘର ଉପରକୁ ବୋମା ମାଡ଼। ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ଦିଗପହଣ୍ଡି କେନା
ରତ୍ନଭଣ୍ଡାର
16m ago
ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ : ନୂଆ ବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବ
ଅଦିନ ରଥଯାତ୍ରା
21m ago
ବନ୍ଦ ହୋଇପାରେ ଅଦିନ ରଥଯାତ୍ରା, ଇସ୍କନକୁ ଚିଠି ଲେଖିଲେ ଗଜପତି
ଅର୍ଗସ ବ୍ୟୁରୋ : ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବା ପ୍ରସଙ୍ଗ । ନଭେମ୍ବର 3ତାରିଖରେ ହେବାକୁ ଥିବା ସ୍ନାନଯାତ୍ରା କାର୍ଯ୍ୟକ୍ର