ଅର୍ଗସ ବ୍ୟୁରୋ : ନିଆଁରେ ଜଳିଗଲା ଚାଳିଶ କ୍ବିଣ୍ଟାଲ ଧାନ । ଧାନ ଅମଳ କରି ନିଜ ଖଳାରେ ରଖିଥିଲା ଚାଷୀ, ସର୍ଟ ସର୍କିଟରେ ଜଳିଗଲା ପାଖାପାଖି ୪୦ କୁଇଣ୍ଟାଲ ଧାନ। ବର୍ଷକର ଧାନ ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅନୁଗୋଳ କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ଖେତୀଗାଁରୁ ଆସିଲା ଚିତ୍ର । ଗାଁର ଜମ୍ବେଶ୍ଵର ପ୍ରଧାନ ଧାନ ଫସଲକୁ ଅମଳ କରି ଖଳାରେ ରଖିଥିଲେ। ବିଳମ୍ବିତ ରାତିରେ ହଠାତ୍ ଖଳାରେ ନିଆଁ ଲାଗି ଯାଇଥିଲା।
ଅଧିକ ପଢନ୍ତୁ : ପୁଅ-ବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କ ମୃତ୍ୟୁ
ଦେଖୁ ଦେଖୁ ନିଆଁ ସବୁଆଡେ ବ୍ୟାପି ଯାଇଥିଲା। ପାଖାପାଖି ୪୦ କୁଇଣ୍ଟାଲ ଧାନ ଆଖି ଆଗରେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ସବୁ ପାଉଁଶ ହୋଇଯାଇଥିଲା।