ଦୀର୍ଘଦିନ ଧରି ଛୁଟିରେ 196 ଡାକ୍ତର, କାର୍ଯ୍ୟାନୁଷ୍ଠାନ ନେବେ ସରକାର
by Argus News
Mon, Dec 02 | 3:44 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ଡାକ୍ତର ମରୁଡି । ଖାଲି ପଡିଛି 1 ହଜାର 114 ସ୍ପେଶାଲିଷ୍ଟ ଡାକ୍ତର ଓ 5 ହଜାର 14 ଡାକ୍ତର ପଦବୀ। 30ଟି ଜିଲ୍ଲାର 375ଟି ସିଏଚସିରେ ଖାଲି ପଡିଛି ପଦବୀ । ଗଞ୍ଜାମରେ ସର୍ବାଧିକ 450 ଟି ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ମୟୁରଭଞ୍ଜରେ 309, ଖୋର୍ଦ୍ଧାରେ 12 ଓ କଟକରେ 281ଟି ପଦବୀ ଖାଲି ରହିଛି । 

ସେହିପରି ସ୍ପେଶାଲ ଡାକ୍ତର ପଦବୀରେ ମୟୁରଭଞ୍ଜ ଓ ଗଞ୍ଜାମରେ ସଂଖ୍ୟା ସର୍ବାଧିକ ରହିଛି । ମୟୁରଭଞ୍ଜ ଓ ଗଞ୍ଜାମରେ 87, ଖୋର୍ଦ୍ଧାରେ 29, କଟକରେ 43ଟି ଡାକ୍ତର ପଦବୀ ଖାଲି ପଡିଛି । ଗୃହରେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେପଟେ ଦୀର୍ଘ ଦିନ ଧରି ଛୁଟିରେ ଥିବା ଡାକ୍ତରଙ୍କ ଉପରେ ସରକାରଙ୍କ ଛାଟ । 196 ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ସରକାରୀ ନିୟମ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ କରିବେ ସରକାର । ବିଭିନ୍ନ କ୍ୟାଡରର 196 ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଦୀର୍ଘଦିନ ଛୁଟିରେ ଅଛନ୍ତି ।
 

ହାଇସ୍ପିଡ୍ ଟ୍ରେନ୍
54m ago
ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍
ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇର ବଡ ଉପଲବ୍ଧି । ପ୍ରସ୍ତୁତ ହେଉଛି ସ୍ବଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ । ରେଲୱେର ମେକ୍ ଇନ୍ ଇଣ୍ଡିଆ ଟେକନିକ୍ ରେ ନିର୍ମିତ ଏହି ଟ୍ରେ
ଜିଲ୍ଲାପାଳ
A ରୁ Z ପର୍ଯ୍ୟନ୍ତ ବର୍ଣ୍ଣମାଳା ବ୍ୟବହାର କରି ରାଇମ୍ ଗାଇଲେ ଜିଲ୍ଲାପାଳ
ଅର୍ଗସ ବ୍ୟୁରୋ: କରିମନଗର କଲେକ୍ଟର ଏକ ଗୀତ ସ୍କ୍ରିପ୍ଟ କରି ସ୍କୁଲ ପିଲାମାନଙ୍କ ପାଇଁ ଗୀତ ବନେଇଛନ୍ତି । ଜିଲ୍ଲା କଲେକ୍ଟର ପାମେଲା ଶତପଥି ଯିଏକି ପିଲାମାନଙ୍କୁ ବହୁତ ଅଧି
କୋଇଲା
ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି
ଅର୍ଗସ ବ୍ୟୁରୋ: ଭାରତର କୋଇଲା ଉତ୍ପାଦନରେ ରେକର୍ଡ ବୃଦ୍ଧି । ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି । ଏହି ବୃଦ୍ଧି ଭାରତର ଶକ୍ତି ଚାହିଦା ପୂରଣ କରିବା ଏବ
ଶିକ୍ଷକ
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା
ଅର୍ଗସ ବ୍ୟୁରୋ: ପୂର୍ବରୁ ଏଠାରେ ୪ଜଣ ଶିକ୍ଷକ ରହିଥିଲେ । ସେଥିମଧ୍ୟରୁ ଜଣକୁ ଅନ୍ୟ ସ୍କୁଲକୁ ଡେପୁଟେସନରେ ବଦଳି କରାଯାଇଥିଲା ବେଳେ ଅନ୍ୟ ଜଣେ ସ୍ବାସ୍ଥ୍ୟ ଗତ ସମସ୍ୟା କାରଣରୁ ଛୁଟିର
UPI
ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି
ଅର୍ଗସ ବ୍ୟୁରୋ: ଦେଶରେ UPI କାରବାରରେ ରେକର୍ଡ ବୃଦ୍ଧି । ନଭେମ୍ବରରେ 38 ପ୍ରତିଶତ YEAR OVER YEAR ର ଅଭିବୃଦ୍ଧି । ଅକ୍ଟୋବରରେ ସର୍ବକାଳୀନ ରେକର୍ଡ କରିବା ପରେ ୟୁନିଫାଏଡ୍ ପେମେଣ୍