୪୮ କେଜି ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ 
by Argus News
Mon, Feb 26 | 2:46 p.m.

ସୁବର୍ଣ୍ଣପୁର: ୪୮ କେଜି ଗଞ୍ଜେଇ  ଜବତ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ଆଜି ସକାଳୁ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିନିକା ବ୍ଲକ ସଂସାମୁରା ଛକ ନିକାଟରୁ ଏକ ଗଞ୍ଜେଇ ଗାଡି ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅବକାରୀ ବିଭାଗର ମୋବାଇଲ ୟୁନିଟ ସଂନ୍ଦେହରେ ଏକ ମାରୁତି ସୁଜୁକି କାରକୁ ଅଟକାଇଥିଲେ କିନ୍ତୁ କାରଟି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପିଛା କରି ଧରିବାକୁ ସଫଳ ହୋଇଥିଲା ।

କାରକୁ ଖୋଲିବା ପରେ ସେଥିରେ ଗଞେଇ ଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ । କାରରୁ ତିନୋଟି ବସ୍ତାରେ ପାଖାପାଖି ୪୮ କେଜି ଗଞ୍ଜେଇ ବାହାରିଥିଲା । ଏକ ମୋବାଇଲ ଫୋନ ଜବତ କରିବା ସହ କାରରେ ଥିବା ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ସମ୍ବଳପୁର ଜିଲ୍ଲାର ଦୁସ୍ମନ୍ତ ଗୁରୁ ଓ ସଦାଶିବ ଭୋଇ । ଅଜି ସେମାନଙ୍କୁ କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର