କୂଅରେ ପଶିଥିଲା ବିଲେଇ, ୫ ଜଣଙ୍କର ନେଲା ଜୀବନ
by Argus News
Wed, Apr 10 | 3:33 p.m.

ନୂଆଦିଲ୍ଲୀ: ବିଲେଇର  ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁ ମୁଖରେ ପଡିଲେ ୫ ଜଣ।  ଏପରି ଏକ ଘଟଣା ଘଟିଛି ମହାରାଷ୍ଟ୍ର ର ଅହମଦନଗରର ବାଡକୀ ଗାଁରେ। ବିଳମ୍ବିତ ରାତିରେ  ଏକ କୂଅରେ ବିଲେଇ ପଡିଯିବାରୁ ୫ ଜଣ ଲୋକ ଉକ୍ତ ବିଲେଇକୁ ବଞ୍ଚେଇବାକୁ ଯାଇ  କୂଅକୁ ଡେଇଁ ପଡିଥିଲେ। କୂଅରେ ବିଷାକ୍ତ ଗ୍ୟାସ ଥିବାରୁ   ୫ ଜଣଙ୍କ ଜୀବନ ଚାଲିଗଲା।  ଘଟଣାସ୍ଥଳରେ  ପୋଲିସ୍‌ ପହଞ୍ଚି କୂଅର ଶବକୁ ବାହାର କରିଥିଲା। 

 ସୂଚନାମୁତାବକ, ବିଲେଇ କୂଅରେ ପଡିବା ଖବର ପାଇ ୫ ଜଣ ବ୍ୟକ୍ତି ଗୋଟିଏ ପରେ ଗୋଟିଏ କୂଅକୁ ଡେଇଁ ଥିଲେ ରେସ୍କ୍ୟୁ କରିବା ପାଇଁ । ତେବେ ଯେଉଁ କୂଅରେ ବିଲେଇ ପଡିଥିଲା ଉକ୍ତ କୂଅ  ବହୁ ଦିନରୁ ବନ୍ଦ ରହିଥିଲା। ଅଳିଆ, ଆବର୍ଜନାରେ ଭର୍ତ୍ତି ହୋଇଥିଲା କୂଅ। ଯେଉଥିପାଇଁ କୂଅରେ ବାୟୋଗ୍ୟାସ ସୃଷ୍ଟି ହୋଇଯାଇଥିଲା। ଯେଉଁଥିପାଇଁ ବିଲେଇକୁ ରେସ୍କ୍ୟୁ କରିବା ପାଇଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।   
ଅଧିକ ପଢନ୍ତୁ ଭାରତ ଖବର 

ଟେନସନ
6m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ
BJD
ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧର
AMIT SHAH
ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ
ଅର୍ଗସ ବ୍ୟୁରୋ : ଚିଟ୍‌ଫଣ୍ଡ ସ୍କାମ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କ