ନିର୍ବାଚନବେଳେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜ
by Argus News
Tue, May 21 | 7:30 p.m.

ଅର୍ଗସ ବ୍ୟୁରୋ:  ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧରୁ ସୁନ୍ଦରଗଡ଼, ବଲାଙ୍ଗୀରରୁ ଗଞ୍ଜାମ ସବୁଠି ହିଂସା ଓ ରକ୍ତପାତ ଘଟାଇଛନ୍ତି ବିଜେଡି କର୍ମୀ । ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବୁଥ କ୍ୟାପଚର କରିବାକୁ ଉଦ୍ୟମ କରିଛନ୍ତି ଶାସଦ ଦଳ ଗୁଣ୍ଡା ବାହିନୀ ।  ସୋମବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ବିଜେଡି ପ୍ରାୟୋଜିତ ହିଂସାରେ ଅଟୋ ଡ୍ରାଇଭର ବିଶ୍ଵନାଥ ମିର୍ଦ୍ଧାଙ୍କ ଜୀବନ ଯାଇଛି । ସେପଟେ କିଛିଦିନ ପୂର୍ବରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କୃଷ୍ଣଶରଣପୁର ପଞ୍ଚାୟତରେ ଦିଲ୍ଲୀପ ପାହାନଙ୍କ ଜୀବନ ନେଇଥିଲେ ବିଜେଡି ଗୁଣ୍ଡା । ଆକ୍ରମଣରେ ଗୁରୁତର ଅନ୍ୟ ତିନି ଜଣ ଏବେବି ଚିକିତ୍ସାଧିନ। ପରାଜୟ ଭୟରେ ହିଂସାକାଣ୍ଡ କରୁଥିବା ଦଳକୁ ଜନତା ଜବାବ ଦେବେ, ଏଥିସହ ଶାସକ ଦଳ ଗୁଣ୍ଡାଙ୍କୁ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଡ଼ା ପଦକ୍ଷେପ ନେବା ବଦଳରେ ପୋଲିସ ପାଲଟିଛି ଶାସକ ଦଳର ହାତ ବାରିସୀ । ବୌଦ୍ଧ କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଛନ୍ତି। ସେପଟେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୁଥ ଭିତରେ ପଶି ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଚଳାଇଥିଲେ ଆତଙ୍କରାଜ ।

ଜନତାଙ୍କ ବିରୋଧ ସତ୍ତ୍ବେ ପୁଇଁନ୍ତଳା ବ୍ଲକ ମଲମଣ୍ଡା ଗାଁ ବୁଥ ନମ୍ବର ୨୩୮ରେ ନିଜ ସମର୍ଥକଙ୍କ ସହ ଜୋରଜବରଦସ୍ତ ପଶି ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀ । ସେହିପରି ଗଞ୍ଜାମ ଆସିକା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡାରେ ହୋଇଛି ନିର୍ବାଚନ ପରବର୍ତ୍ତୀ ରକ୍ତପାତ । ବିଜେଡି-ବିଜେପି କର୍ମୀଙ୍କ ଭିତରେ ପ୍ରଥମେ ମାରପିଟ ଓ ପରେ ବୁଲିଲା ଖଣ୍ଡା । ଆକ୍ରମଣରେ 4 ଜଣ ଗୁରୁତର ହୋଇଛନ୍ତି । ନିର୍ବାଚନ ସମୟରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ବରେ ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ଆତଙ୍କ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇ ଦେଉ ନାହାନ୍ତି ବିଜେଡି ଗୁଣ୍ଡା ବାହିନୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
26m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
48m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
50m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି