ରିଷିକେଶ AIIMSରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ଶ୍ରମିକ
by Argus News
Fri, Dec 01 | 9:00 a.m.

ଅର୍ଗସ ବ୍ୟୁରୋ:  ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ଫାଇଥିବା 5 ଓଡ଼ିଆ ଶ୍ରମିକ । ଗତକାଲି ରିଷିକେଶ AIIMSରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ଶ୍ରମିକ । ରାଜ୍ୟ ଶ୍ରମ ବିଭାଗର ଅଧିକାରିଙ୍କ ସହ ଶ୍ରମିକଙ୍କ ପରିଜନ ବି ଡେରାଡୁନ ବିମାନବନ୍ଦରରେ ପହଁଚିଥିଲେ । ସେଠାରୁ ଦିଲ୍ଲୀ ବିମାନବନ୍ଦର ହୋଇ ଆଜି ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ପାହଁଚିବେ। ଗତକାଲି ଋଷିକେଶ Aiims ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିବା ସହ ସମସ୍ତଙ୍କୁ କ୍ଲିଅରାନ୍ସ ଦିଆଯାଇଛି। ସମସ୍ତ ଶ୍ରମିକ aiims ଡାକ୍ତରଙ୍କ ଯୋଗାଯୋଗରେ ରହିବେ। ଉତ୍ତରକାଶୀ ଟନେଲରେ 7 ରାଜ୍ୟର 41 ଶ୍ରମିକ ଫସି ରହିଥିଲେ । ଦୀର୍ଘ 17 ଦିନ ପରେ ଟନେଲ ଭିତରୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଯେଉଁଥିରେ ଓଡ଼ିଶାର 5 ଜଣ ଶ୍ରମିକ ରହିଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ 3 ଶ୍ରମିକ ରହିଥିବା ବେଳେ ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଶ୍ରମିକ ରହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
24m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
46m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
47m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି