ରାମନବମୀ ପାଇଁ ୫୦ ଲକ୍ଷ ଭକ୍ତ ଯିବେ ଅଯୋଧ୍ୟା, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା..
by Argus News
Mon, Apr 15 | 4:58 p.m.

ଅର୍ଗସ ବ୍ୟୁରୋ : ରାମନବମୀ ପାଇଁ ଚଳଚଞ୍ଚଳ ଅଯୋଧ୍ୟା ସହର । ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ଥର ରାମନବମୀ ପାଇଁ ଅଯୋଧ୍ୟାରେ ପ୍ରାୟ ୫୦ ଲକ୍ଷ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ରହିଛି । ତେବେ ଏତେ ସଂଖ୍ୟାରେ ଭକ୍ତଙ୍କ ସମାବେଶ ହେଉଥିବାରୁ କିପରି ସୁବିଧାରେ ପ୍ରଭୁ ରାମଲାଲାଙ୍କ ସମସ୍ତ କାର୍ଯ୍ୟ ସମସ୍ତ ନୀତି ସମ୍ପାଦନ କରାଯିବ ତାକୁ ନେଇ ନଗର ନିଗମ ପକ୍ଷରୁ ପ୍ରସ୍ତୁତି ଖୁବ ତୀବ୍ର ବେଗରେ କରାଯାଉଛି ।ଅଯୋଧ୍ୟା ଆସୁଥିବା ଭକ୍ତମାନଙ୍କୁ ନଗର ନିଗମ ପକ୍ଷରୁ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାଦୁକା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଇ ଦିଆଯିବ । 

ଅଧିକ ପଢନ୍ତୁ : ରାମଲାଲାଙ୍କ ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

ରାମପଥ ଧର୍ମପଥ ସହ ଜନ୍ମଭୂମି ପଥରେ ଭକ୍ତଙ୍କୁ ଜଳ ଦେବାର ବ୍ୟବସ୍ଥା କରାଯାଇଛି । ଏହା ସହ ପାଦୂକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁମାନେ ମନ୍ଦିର ଭିତରକୁ ଯିବାପାଇଁ ବାହାରେ ଜୋତା ରଖି ଯାଉଛନ୍ତି, ସେମାନେ ପାଦୂକା ସେବା ସ୍ଥାନରେ ନିଜର ଜୋତା ରଖିପାରିବେ, ଏନେଇ ଅଯୋଧ୍ୟାରେ ୮ଟି ସ୍ଥାନ ଚିହ୍ନିତ କରାଯାଇଛି । 
ପ୍ରଥମଥର ପାଇଁ ଅଯୋଧ୍ୟାରେ ଖୁବ ଧୁମଧାମରେ ରାମନବମୀ ପାଳନ କରାଯାଉଥିବା ବେଳେ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସିବାର ଅନୁମାନ କରାଯାଇଛି । ନଗର ନିଗମ ପକ୍ଷରୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ପୁରା ଚେଷ୍ଟା କରୁଛି ଅଯୋଧ୍ୟା ନଗର ନିଗମ । 

BAJRANG PARTY
5m ago
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
21m ago
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ
HEAT WAVE
43m ago
ଆହୁରି ଦୁଇ ସପ୍ତାହ ତତେଇବା ତାତି
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବା