ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଅଭିନବ ଅଲୌକିକ ପ୍ରୟାସର ଗତକାଲି ଟ୍ରାଏଲ ହୋଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ଏବଂ ରୁରକିର ସିଏସଆଇଆର-ସିବିଆରଅକ୍ର ସହଯୋଗରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର୍ଯ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି । ନିରନ୍ତର ୪ ମିନିଟ ଧରି ରାମଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପଡ଼ି କିଭଳି ମୁଖମଣ୍ଡଲକୁ ଦୀପ୍ତମାନ କରିବ ସେଥିପାଇଁ ଯୋଜନା ହୋଇଛି ।