ନିର୍ବାଚନ ପୂର୍ବରୁ କାର୍ ରୁ ମିଳିଲା 55 ଲକ୍ଷ 20 ହଜାର ଟଙ୍କା
by Argus News
Sat, Apr 06 | 5:52 p.m.

ସୁବର୍ଣ୍ଣପୁର: କାର୍ ରୁ ମିଳିଲା 55 ଲକ୍ଷ 20 ହଜାର ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଚେକିଙ୍ଗ ବେଳେ କଲେଜ ଛକ ନିକଟରୁ ଇନୋଭା କାରରୁ ଜବତ ହୋଇଛି 55ଲକ୍ଷ 20 ହଜାର ଟଙ୍କା । ସାଧାରଣ ନିର୍ବାଚନ ପୂର୍ବରୁ ବିନିକା ପୋଲିସ ସ୍ଥାନୀୟ କଲେଜ ଛକ ନିକଟରୁ ନାକା ବନ୍ଦୀ କାରି ଚେକିଂ କରୁଥିବେଳେ ସନ୍ଦେହରେ ଏକ ଇନୋଭା ଗାଡିକୁ ଅଟକାଇଥିଲା ।

ଗାଡ଼ିରେ 4 ଜଣ ବ୍ୟକ୍ତି ବସିଥିବାବେଳେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାକୁ ଯାଉଥିବା ସୂଚନା ମିଳିଛି । ତେବେ ସେହି ଗାଡ଼ିରୁ 55 ଲକ୍ଷ 20 ହଜାର ଟଙ୍କା ମିଳିଥିଲା । ଟଙ୍କା ଜବତ କରି ବ୍ୟାଙ୍କରେ ଜମା କଲା ବିନିକା ପୋଲିସ । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।  

ଆହୁରି ପଢନ୍ତୁ ଓଡିଶା ଖବର...

ଗଣପର୍ବ ନୂଆଁଖାଇକୁ
4m ago
ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରର
ପେଟ୍ରୋଲ ଢାଳି
22m ago
ପେଟ୍ରୋଲ ଢାଳି ଆଥଲେଟଙ୍କୁ ନିର୍ମମ ହତ୍ୟା
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକ
ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା