ପାଣ୍ଡିଆନ ଗଲେ, ଫାଇଭ-ଟି ଗଲା !
by Argus News
Thu, Jun 13 | 7:57 p.m.

ଅର୍ଗସ ବ୍ୟୁରୋ: ରାଜ୍ୟରୁ ହଟିଲା ୫-ଟି । ନୂଆ ସରକାର ଆସିବା ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ ହଟାଇବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ମୋ ସରକାର ବୋର୍ଡ ହଟାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରୁ ଫାଇଭ-ଟି ହଟିବା ନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନବୀନ ଆରମ୍ଭ କରିଥିଲେ, ମୋହନ ବନ୍ଦ କଲେ
ଗୋଟିଏ ବିଭାଗରେ ହୋଇଛି କୋଟି କୋଟି ଦୁର୍ନୀତି

ଫାଇଭ-ଟି । ଇଏ ଏମିତି ଏକ ବିଭାଗ ଯେଉଁ ବିଭାଗର ନାଁ କୌଣସି ମନ୍ତ୍ରୀ ଥିଲେ ନା ସମ୍ବିଧାନ ଅନୁସାରେ ଏ ବିଭାଗ କାର୍ଯ୍ୟକାରୀ କରୁଥିଲା । ଜାଣିଶୁଣି କୋଟି କୋଟି ଟଙ୍କା ଦୁର୍ନୀତି କରିବା ପାଇଁ ନବୀନ ସରକାର ଏ ବିଭାଗ ସୃଷ୍ଟି କରିଥିଲା । ଯାହାକୁ ନେଇ ବିଧାନସଭାରେ ଅନେକ ବିତର୍କ ବି ହୋଇଥିଲା । ହେଲେ ପୂର୍ବ ସରକାର ଏ ବିଭାଗକୁ ବନ୍ଦ କରିବା ପରିବର୍ତ୍ତେ ସର୍ବାଧିକ ଗୁରୁତ୍ଵ ଦେଇଥିଲେ । କଥା ହେଲା, ନବୀନଙ୍କ ପଞ୍ଚମ ପାଳି ସରକାରରେ ଏହି ୫ଟି ବ୍ୟବସ୍ଥା ଆରମ୍ଭ ହେଇଥିଲା । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ତୀବ୍ରତା ଆଣିବାକୁ ୫ଟି ବ୍ୟବସ୍ଥା ଆପଣାଇଥିଲେ ପୂର୍ବର ରାଜ୍ୟ ସରକାର । ଟ୍ରାନ୍ସପରେନ୍ସିଂ, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫର୍ମେସନ୍ ଥିଲା ଏହି ୫ଟି । ହେଲେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ବିଜେପି ସରକାର ଏହି ୫ଟି ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ନବୀନ ସରକାରରେ ଓଡ଼ିଶାରେ ମାତିଥିଲେ ୫ ତାମିଲ ଅଫିସର । ନବୀନ ସରକାରକୁ ପୂରା ହାଇଜାକ କରି ସବୁ ଧନସମ୍ପତ୍ତି ଲୁଟ୍‌ କରି ତାମିଲ ପଠାଇବାକୁ ହୀନ ଚକ୍ରାନ୍ତ କରିଥିଲେ । ଶାସନକୁ ପ୍ରକ୍ସି କରି ଏହି ବିଭାଗରେ ସବୁ ଲୁଟ୍‌ପାତ କରିଥିଲେ । ଟଙ୍କା ଲୁଟ କରିବାକୁ ଏହି ଗ୍ୟାଙ୍ଗ ଏମିତି ବାୟା ହୋଇଥିଲା ଯେ ଅଧରାତିରେ ବି ପାଣ୍ଡିଆନଙ୍କ ସହ ଭେଟାଭେଟି ହେଉଥିଲା , ରୁଦ୍ଧଦ୍ଵାର ଆଲୋଚନା ବି ହେଉଥିଲା । ପାଣ୍ଡିଆନ, ପ୍ରଭାକରନ, ଭିନେଲ କ୍ରିଷ୍ଣା, ବାଲାକ୍ରିଷ୍ଣନ ଓ ମାଥି ଭାତାନନ । ଏ ପାଂଚ ଅଫିସରଙ୍କ କୋପ ଦୃଷ୍ଟି ଓଡ଼ିଶା ଉପରେ ଥିଲା ।  ସରକାରୀ ଚାକିରି କରିଥିବା ବେଳେ ପାଣ୍ଡିଆନ ତ ଯାହା ହୁକୁମାତି ଚଳାଉଥିଲେ ପରେ ନବୀନଙ୍କ ପାଖେ ପାଖେ ରହି ମୋଟା ଅଙ୍କର ଟଙ୍କା ହଡପ ପାଇଁ ଚେଷ୍ଟା କରୁଥିଲେ । 

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟରେ ଫାଇଭ-ଟି ବିଭାଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ବେଆଇନ ହିସାବରେ ଏ ବିଭାଗକୁ ଚଳାଉଥିଲେ ରାଜ୍ୟ ସରକାର । ତେଣୁ ବିଭାଗକୁ ତୁରନ୍ତ ବନ୍ଦ କରିବାକୁ ଦାବି ହୋଇଥିଲା । ଏବେ ଜନସାଧାରଣଙ୍କର କଥା ବୁଝିଛନ୍ତି ନୂଆ ସରକାର, ଫାଇଭି-ଟିକୁ ବନ୍ଦ କରିଛନ୍ତି । ସମୟ କହିବ ଯେଉଁ ଅଫିସରମାନେ ଲୁଟ୍‌ପାତ କରିଛନ୍ତି ସେମାନଙ୍କ ବିରୋଧରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ।

 

ଘନ କୁହୁଡ଼ି
5m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
21m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
30m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ