ଦାନା' ଉଜାଡିଦେଲା ୬୦୦ କୋଟିର ସଂପତ୍ତି
by Argus News
Mon, Nov 04 | 7:22 p.m.

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ଓ ତା ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟର କୋପ  ଯୋଗୁଁ ହୋଇଛି ୬୦୦ କୋଟିର ବଡ କ୍ଷତି । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ସମେତ ୧୪ ଜିଲ୍ଲାରେ ଧ୍ଵଂସ ଲୀଳା ରଚାଇଥିଲା ବାତ୍ୟା । ଏହି ୧୪ଟି ଜିଲ୍ଲାରୁ ଆସିଛି ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ । ୧୬୬ ବ୍ଲକରେ ପଡିଥିଲା ଦାନାର ପ୍ରଭାବ । ସେଥିରୁ ୧୩୧ଟି ବ୍ଲକରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ସରକାର । ୧୧ ହଜାର ୬୩୭ଟି ଗାଁରେ ବାତ୍ୟା ଦ୍ଵାରା ୪୧ ଲକ୍ଷ ୪ ହାଜର ୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି । ବାତ୍ୟା ମାଡରେ ଭାଙ୍ଗିଛି ୧୬ ହଜାର ୪୧୭ ଘର । ତେବେ ୨୭ଟି କଚ୍ଚା ଘର ସଂପୂର୍ଣ୍ଣ ଭାଙ୍ଗିଥିବା ବେଳେ ୧୪ ହାଜର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ଏହାସହ ୪ ହଜାର କୁକୁଡ଼ା, ୭୧ଟି ଛୋଟ ବଡ଼ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ୧ ଲକ୍ଷ ୨ ହଜାର ୭୫୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପାଖକୁ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ । ରିପୋର୍ଟ ପହଞ୍ଚିବା ପରେ କେନ୍ଦ୍ରରୁ ଆସିବେ ପ୍ରତିନିଧି ଦଳ । ତେବେ କେନ୍ଦ୍ରରୁ ଆର୍ଥିକ ସହାୟତା ଆସିବା ପୂର୍ବରୁ ଫସଲ ଓ ଘର ଭଙ୍ଗା ବାବଦକୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଦିନେ ଦୁଇ ଦିନ ଭତରେ ଆରମ୍ଭ କରି ଦେବେ ରାଜ୍ୟ ସରକାର । 

ଏହାସହ ଶକ୍ତି ବିଭାଗ, କୃଷି, ସ୍କୁଲ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ କ୍ଷୟକ୍ଷତି ନେଇ ଦେଇଛନ୍ତି ରିପୋର୍ଟ । ସମସ୍ତ ରିପୋର୍ଟକୁ ମିଶାଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିଛି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ତେବେ ଶକ୍ତି ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମାଡରେ ତାର, ଖୁଣ୍ଟ ଆଦି ଭାଙ୍ଗିବା ଦ୍ଵାରା ବିଦ୍ୟୁତ ଭିତ୍ତିଭୂମି ଉପରେ ପଡିଛି ପ୍ରଭାବ ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କରିଥିଲେ ବଡ ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଥିଲା ସରକାରଙ୍କ ପ୍ରାଥମିକତା । କ୍ଷତିପୂରଣ ଅପେକ୍ଷାରେ ଚାଷୀ, କ୍ଷତିଗ୍ରସ୍ତ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ୟା । ପୂର୍ବ ବିଜେଡି ସରକାରର ଅବହେଳା ଯୋଗୁଁ ପକ୍କା ଘର ନଥିବାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ । କିନ୍ତୁ ଏବେ ଯାହାର ବି କ୍ଷତି ହୋଇଛି, ସେମାନଙ୍କୁ  ପକ୍କା ଘର ମିଳିବ ବୋଲି କହିଛନ୍ତି ବିଜେପି ସରକାର ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

JOURNALISTS
32m ago
ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ
ଅର୍ଗସ ବ୍ୟୁରୋ: ତେଲେଙ୍ଗାନାରେ ଦୁର୍ଘଟଣାରେ ଗୁରୁତର ହେଲେ ମାଲକାନଗିରିର ୪ ସାମ୍ବାଦିକ । ତେଲେଙ୍ଗାନା ରାମପୁରମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତିରୁପତି ଦର୍ଶନ ସାର
SALMAN
39m ago
ସଲମାନ୍ ଖାନଙ୍କୁ ପୁଣି ଧମକ, ୫ କୋଟି ଦିଅ....ନହେଲେ
ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ଧମକ । ୫ କୋଟି ଟଙ୍କା ଚାନ୍ଦା ଦେବାକୁ ସେମାନେ ଧମକପୂର୍ଣ୍ଣ କଲ୍ କରିଛନ୍ତି । ଯଦି ବଞ୍ଚିବାକୁ ଚାହୁଁଛ ୫କୋଟ
HUSBAND
48m ago
ସ୍ୱାମୀ-ସ୍ତ୍ରୀ ବାଇକ ଯୋଗେ ଫେରୁଥିବାବେଳେ ଆକ୍ରମଣ କଲେ ଦୁର୍ବୃତ୍ତ
ଅର୍ଗସ ବ୍ୟୁରୋ: ସ୍ୱାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା କଲେ ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ହରିଆମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ନନ୍ଦପୁରରେ ଆଧାର ସଂଶୋଧ