ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ
by Argus News
Wed, Apr 03 | 9:08 a.m.

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ଛତ୍ରପତି ସିବାଜୀ ନଗରର ଏକ ଦୋକାନରେ ନିଆଁ ଲାଗି ଯାଇଛି। ଏଥିରେ ୭ଜଣଙ୍କ ଜୀବନ  ଚାଲିଯାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଓ ଦୁଇଜଣ ଶିଶୁ ଅଛନ୍ତି । ଭୋର ପ୍ରାୟ ୪ଟା ବେଳେ ଏକ ଦୋକାନରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ନିଆଁର ପ୍ରଭାବ ଏତେ ଅଧିକ ଥିଲା ଯେ ସେଥିରେ ପୋଡି ହୋଇ ୭ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ ।

ନିଆଁ ଲାଗିଥିବା ଦୋକାନଟି ତଳ ମହଲା ଥିଲା । ଲୋକମାନେ ଉପରେ ରହୁଥିଲା । ଅଗ୍ନିକାଣ୍ତର କାରଣ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର