ଭାରତର ଲୋକମାନେ କେଉଁ ପ୍ରକାର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି
by Argus News
Sat, Mar 23 | 1:21 p.m.

ଅର୍ଗସ ବ୍ୟୁରୋ:ଭାରତରେ କେତେକ ଲୋକ ସାଧା ଖାଇଵାକୁ ପସନ୍ଦ କରୁଥିଵା ଵେଳେ  ଅଧିକ ଲୋକ ଆମିଷ ଖାଇଵାକୁ ପସନ୍ଦ କରନ୍ତି । ଆମିଷ ଭିତରେ ମାଛ ଖାଇଵାକୁ  ଅନେକ ଲୋକ ଭଲପାଆନ୍ତି । ତେବେ ମାଛ ଖାଉଥିଵା ଲୋକଙ୍କ ସଂଖ୍ୟା କେତେ ଵୃଦ୍ଧି ପାଇଛି ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।ଏହି ରିପୋର୍ଟରେ ଭାରତୀୟଙ୍କ ଲୋକଙ୍କ ଖାଇବା ବିଷୟରେ ଵିଶେଷ  ଗୁରୁତ୍ୱ ଦିଆଯାଇଛି।

ଜୋମାଟୋ ଘୋଷଣା କରିଛି କି ସାଧା ଓ ଆମିଷ ଵିତରଣ କରିଵା ଵେଳେ ଅନେକ ପ୍ରକାରର ଅସୁଵିଧାର ସମ୍ମୁଖୀନ ହେଵାକୁ ପଡେ। ସେଥିପାଇଁ ସାଧା ଓ ଆମିଷର ଵିତରଣ ପାଇଁ ଡେଲିଭରି ପିଲାମାନଙ୍କ ପାଇଁ ଡ୍ରେସ ଏବଂ ବ୍ୟାଗ ଭିନ୍ନ ଭିନ୍ନ ରଙ୍ଗର କରାଯାଇଛି । ଭାରତର ଲୋକମାନେ କେଉଁ ପ୍ରକାରର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ  । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦୫-୨୦୦୬ ମସିହାରୁ  ୨୦୧୯-୨୦୨୧ ମାଛ ଖାଉଥିଵା ଲୋକଙ୍କ ସଂଖ୍ୟା ଵୃଦ୍ଧି ପାଇଛି  । 
ରିପୋର୍ଟ ଅନୁଯାୟୀ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୨୩ କୋଟି ବୃଦ୍ଧି ପାଇଛି । ମାଛ ଖାଉଥିବା ଭାରତୀୟଙ୍କ ସଂଖ୍ୟା ୬୬% ରୁ ୭୨.୧% କୁ ବୃଦ୍ଧି ପାଇଛି। ଯାହା ପ୍ରାୟ ୬.୧ ପ୍ରତିଶତ ବୃଦ୍ଧି ପାଇଛି ।  ରିପୋର୍ଟ ଅନୁଯାୟୀ ଭାରତର ମୋଟ ଜନସଂଖ୍ୟା ୧୩୪ କୋଟି ଥିଵାରୁ ସେଥିମଧ୍ୟରୁ ୯୬.୬ କୋଟି ଲୋକ ମାଛ ଖାଉଛନ୍ତି। ଆଗରୁ ଲୋକ ସପ୍ତାହରେ ଅତି କମରେ ଥରେ ମାଛ ଖାଉଥିଲେ କିନ୍ତୁ ଏଵେ ପ୍ରତି଼ଦିନ ଖାଉଛନ୍ତି । 

ସେହି  ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଘରରେ ଅନ୍ୟ ସାମଗ୍ରୀ ତୁଳନାରେ ଅଣ୍ଡା, ମାଛ ଏବଂ ମାଂସ ଉପରେ ଘରର ଅଧିକ ଖର୍ଚ୍ଚ ହୋଉଛି । ଗାଁ ଠାରୁ ସହରରେ ଅଧିକ ଖର୍ଚ୍ଚ ହୋଇଛି ଵୋଲି ଜଣାପଡିଛି ।

MO POLICE
13m ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରା
ରାଜନାଥ ସିଂ
17m ago
ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳ
MOOD OF VOTERS
34m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା