କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
by Argus News
Sun, May 19 | 3:10 p.m.

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚାର ସରିଛି । ସମସ୍ତ ରାଜନୈତିକ ଦଳ ଶନିବାର ଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ଡିସ୍ପୋଜାଲ ସେଣ୍ଟରରୁ ବୁଥ ଅଭିମୁଖେ ପୋଲିଂ ଅଧିକାରୀ ବାହାରିବା ଆରମ୍ଭ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏନେଇ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ୨୫୭ଟି ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୫୮ଟି ପୋଲିଂ ବୁଥ କରାଯାଇଛି । ସେହିଭଳି ଉଭୟ ନିର୍ବାଚନ ମଣ୍ଡଳୀର ୪୦ଟି ଲେଖାଏ ସଖୀ ବୁଥରେ ସମସ୍ତ ମହିଳା ଅଧିକାରୀ ଓ କର୍ମଚାରୀ ରହିବେ । ଉଭୟ ନିର୍ବାଚନ ମଣ୍ଡଳୀରେ ୨ଟି ଲେଖାଏଁ ବୁଥ ଦିବ୍ୟାଙ୍ଗ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ।

ଆଜିଠାରୁ ଏକମାସ
28m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
50m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
52m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି