ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ହେଲା ବିବାହ
by Argus News
Fri, Mar 08 | 7:25 p.m.

ଅର୍ଗସ ବ୍ୟୁରୋ : ଆଜି ହେଉଛି ଆର୍ନ୍ତଜାତୀୟ ମହିଳା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଏକ ଗଣ ବିବାହ ଅନୁଷ୍ଠିତ ହୋଇଛି । ନବ ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣ ବିବାହର ଆୟୋଜନ କରାଯାଇଥିଲା । ସମସ୍ତ ହିନ୍ଦୁ ରୀତିନୀତି ଅନୁଯାଇ ବ୍ୟାସନଗର ସ୍ଥିତ ପାଦୁକାଶ୍ରମରେ ୭ ଯୋଡ଼ା ଗରିବ ପୁଅ ଝିଅଙ୍କର ବାହାଘର କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗରିବ ଯୁବକ ଯୁବତୀଙ୍କୁ ହିନ୍ଦୁ ରୀତିନୀତି ସହ ବିବାହ କରାଇବାର ଲକ୍ଷ ନେଇ ମହିଳା ସଙ୍ଗଠନ ପ୍ରତିବର୍ଷ ଏଭଳି ଗଣ ବିବାହ ସମ୍ପନ୍ନ କରୁଛି । ଭୋଜିଭାତ ସାଙ୍ଗକୁ ଅନ୍ୟ ସମସ୍ତ ପାରମ୍ପରିକ କାର୍ଯ୍ୟ ପାଳନ କରାଯାଇ ବୈଦିକ ରୀତିରେ ଏହି ବିବାହ କରାଯାଇଛି । ହାତଗଣ୍ଠି ପକାଇ ବ୍ରାହ୍ମଣ ନବ ଯୋଡ଼ିଙ୍କ ବିବାହ ସମ୍ପନ୍ନ କରିବା ପରେ ଉପସ୍ଥିତ ବର ପକ୍ଷ ଓ କନ୍ୟାପକ୍ଷ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି । ଏହା ସହିତ ସଙ୍ଗଠନ ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।

TEACHER
19m ago
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା, ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ସୀତାମଢ଼ି ଜିଲ୍ଲାରେ ଜଣେ ଗୁରୁ ନିଜ ଶିଷ୍ୟଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହା ଶୁଣି ସମସ୍ତ
MOON
25m ago
ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି
ଅର୍ଗସ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଥର ଚେହେରା ପରି ଚନ୍ଦ୍ର ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି । ଏହାର ଅନ୍ୟ ଅଂ
ଗ୍ରହ
34m ago
ପୃଥିବୀ ଭିତରେ  ଆଉ ଏକ ଗ୍ରହ !
ନୂଆଦିଲ୍ଲୀ: ପୃଥିବୀ ଏକା ନୁହେଁ । ପୃଥିବୀ ଭିତରେ ଆଉ ଏକ ଗ୍ରହ ମଧ୍ୟ ଅଛି। ଏହି ଦ୍ୱିତୀୟ ଗ୍ରହର ଏଗ ଭାଗ ଆଫ୍ରୀକା ଏବଂ ପ୍ରଶାନ୍ତ ମହାସାଗରର ନିମ୍ନର