ଅଧାରହିଲା ପକ୍କାଘର ସ୍ୱପ୍ନ
by Argus News
Thu, Oct 03 | 5:56 p.m.

ଅର୍ଗସ ବ୍ୟୁରୋ:  କଥାରେ ଅଛି "ମୁଣ୍ଡ ଉପରେ ଥିଲେ ପକ୍କାଘର,ଖରାବରଷାକୁ ନାହିଁ ଡର" ହେଲେ ଏଠି ପକ୍କାଘରେ ପଶିବାକୁ ଲାଗୁଛି ଡର। ହିତାଧିକାରୀଙ୍କୁ ପକ୍କାଘର ମିଳିଛି ସତ ହେଲେ ନିର୍ମାଣ ହେବାଦିନରୁ ହେଇପାରିନି ଗୃହ ପ୍ରବେଶ, ପୂର୍ବରୁ ପଚିଶ ବର୍ଷର ସ୍ଥିର ସରକାର,ପ୍ରଧାନମନ୍ତ୍ରୀଆବାସ ଯୋଜନାକୁ ଭୋଟ ହାତେଇବାପାଇଁ ନାଁ ସିନା ଦେଇ ଥିଲା ବିଜୁ ପକ୍କା ଘର ହେଲେ ଏଠି ଗରିବଙ୍କ ପାଇଁ ପକ୍କାଘର ସାଜିଲା ଉପହାସ,ଗରିବ ଟିଏ ନିଜେ ଘର ନିର୍ମାଣ କରିପାରୁ ନଥିବା ବେଳ ଦଳୀୟ କୁଜିନେତାମାନେ ହିତାଧିକାରୀଙ୍କ ଘର ନିର୍ମାଣ  କରିଥିଲେ କିନ୍ତୁ ନିମ୍ନ ମାନର ଇଟା,ବାଲି, ସିମେଣ୍ଟ ଯୋଗୁଁ ଘରଗୁଡିକ ଫାଟି ଖଣ୍ଡ ଖଣ୍ଡ ହୋଇ ବିପଦ ସଙ୍କୁଳ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଏ ଚିତ୍ର ହେଉଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଟାଙ୍ଗିରିଆପାଳ ପଞ୍ଚାୟତର ବାରିଗାଁ,ଗଦୁଆଁ,ଗୋଳାଗାଡିଆ ଗାଁ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇଥିବା ଘରର ଦୃଶ୍ୟ, ଯେଉଁ ଘରେ ଗୋଟେ ଦିନ ହିତାଧିକାରୀ ରହିନଥିବାବେଳେ,ଏବେବି କଚ୍ଚା ମାଟି ଘରେ ଅତି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ତିନି ସାହିର ପାଖାପାଖି ପନ୍ଦରରୁ ଅଧିକ ହିତାଧିକାରୀଙ୍କୁ ମିଳିଥିଲା ଘର। କାର୍ଯ୍ୟ ଶେଷ ହୋଇଥିବା ଘର ମାସେ ନପୁରୁଣୁ ଫାଟି ଖଣ୍ଡ ଖଣ୍ଡ ହୋଇ ଗଲାଣି। ପରିସ୍ଥିତି ଏମିତି ଘର ଭିତରକୁ ଯିବା ପାଇଁ ବି ଲୋକେ ଭୟ କରୁଛନ୍ତି। ପଞ୍ଚାୟତର ବହୁ ଘର ଏପରି ଅବସ୍ଥାରେ ରହିଛି। କେତେବେଳେ ଯେ କଣ ଅଘଟଣ ଘଟିବ କହି ହେବନି। ମାତ୍ର ପ୍ରଶାସନ ସଵୁ ଯାଣି ନିରବ।  ନୂତନ ସରକାର ଏହି ଗରିବ ହିତାଧିକାରୀ ମାନଙ୍କୁ ପୁନର୍ବାର ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ହିତାଧିକାରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା