ପୃଥିବୀ ଉପରେ ମାଡ଼ିଆସୁଥିଲା ୨୦୦୦ ଫୁଟର ବିପଜ୍ଜନକ ଏଷ୍ଟ୍ରୟଡ
by Argus News
Thu, Apr 18 | 3:17 p.m.

ଅର୍ଗସ ବ୍ୟୁରୋ: ଆମ ପୃଥିବୀ ଅଳ୍ପକେ ବର୍ତ୍ତିଗଲା। କାରଣ ପୃଥିବୀ ଉପରକୁ ଏକ ବଡ଼ ବିପଦ ମାଡ଼ିଆସିଥିଲା। ୨୦୦୦ ଫୁଟ ଚଉଡାର ବିପଜ୍ଜନକ `ସିଟି କିଲର' ଏଷ୍ଟ୍ରୟଡ ବା ପଥର ପୃଥିବୀରେ ମାଡ଼ ହୋଇଥାନ୍ତା। ଏହା ଯଦି ପୃଥିବୀ ଉପରେ ପଡ଼ିଥାନ୍ତା ତେବେ ଏହା ପ୍ରଭାବରେ ପୃଥିବୀର କିଛି ସହର ଧ୍ବଂସ ହୋଇଯାଇଥାନ୍ତା। କାରଣ ଏହି ପଥର ଏତେ ଦ୍ରୂତଗତିରେ ମାଡ଼ି ଆସୁଥିଲା ଯେ, ସବୁ ରେକର୍ଡ ଭାଙ୍ଗି ଦେଇଛି। 

ଏଷ୍ଟ୍ରୟଡ 2013NK4 ଆକ୍ରମଣ ଯୋଗୁ ପୃଥିବୀର କିଛି ଅଂଶ ଧ୍ବସ ପାଇବାରୁ ରକ୍ଷା ପାଇଯାଇଛି। ଏହି ଘଟଣା ୨୦୨୪ ମସିହା ଏପ୍ରିଲ ୧୫ ତାରିଖରେ ଘଟିଛି। ୨୦୦୦ ଫୁଟ ଚଉଡା ଏହି ଏଷ୍ଟେରୟଡ ପୃଥିବୀର ବହୁତ ନିକଟ ଦେଇ ଗଲା। ଏହା ଚନ୍ଦ୍ରମା ପୃଥିବୀ ଦୂରତାର ୮ଗୁଣ ଦୂରତା ଦେଇ ଅତିକ୍ରମ କଲା। କିନ୍ତୁ ଅନ୍ତରୀକ୍ଷରେ ଏହି ଦୂରତା ଅଧିକ ହୋଇ ନ ଥାଏ। ଏହି ଏଷ୍ଟ୍ରୟଡ ପୃଥିବୀର କୌଣସି ଏକ ସହରକୁ ଧ୍ବଂସ କରିବାର କାରଣ ହୋଇପାରିଥାନ୍ତା। ଏହା ପୃଥିବୀର ଏତେ ନିକଟତର ହୋଇଥିଲା ଯେ, ଏହାର ଦୃଶ୍ୟ ଏବେ ବି ଚାହିଁଲେ ଆପଣ ଟେଲିସ୍କୋପ ମାଧ୍ୟମରେ ଦେଖିପାରିବେ। ଏବେ ବି ଏହାକୁ ନେଇ ଭୟ ଲାଗିରହିଛି। ଆସନ୍ତା ୫ବର୍ଷ ମଧ୍ୟରେ ଏହା ପୁଣି ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି। ଏଥର ୩୨ ଲକ୍ଷ କିଲୋମିଟର ଦେଇ ପୃଥିବୀର ନିକଟତର ହୋଇଥିଲା। ତେବେ ଏହାର ଗତି ଘଣ୍ଟା ପ୍ରତି ୫୯ ହଜାର କିଲୋମିଟର ଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 

RAM
29m ago
ଆଜି ପ୍ରଚାର ପାଇଁ ଆସୁଛନ୍ତି ରାମାୟଣର ରାମ
ଅର୍ଗସ ବ୍ୟୁରୋ: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବ
REPOLLING
କଣ୍ଟାମାଳ: ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର
DEAD BODY
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା