ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
by Argus News
Wed, May 22 | 7:13 a.m.

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଛି ବିଜେଡି। ଅର୍ଗସ୍ କ୍ୟାମେରାରେ ହୋଇଛି ବିଜେଡି ମିଛର ପର୍ଦ୍ଦାଫାସ୍। ବିଜୁ ଜନତା ଦଳର ମୁଖା ଖୋଲି ଦେଇଛନ୍ତି ମୃତକଙ୍କ ଝିଅ ଓ ସମ୍ପର୍କୀୟ । ବୁର୍ଲା ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ବୁର୍ଲା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ବୁର୍ଲା ମେଡିକାଲ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୁ ଜନତା ଦଳର କିଛି ନେତା ତାଙ୍କ ଘରକୁ ଆସି ଜୋର୍ ଜବରଦସ୍ତ ମିଛ କହିବା ପାଇଁ ବାଧ୍ୟ କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମକୁ ଯାଇ ମହିଳାଙ୍କ ମୃତ୍ୟୁ ହୋଇଥିବା କହିବାକୁ ବାଧ୍ୟ କରିଥିଲେ। ଏମିତିକି ବିଜେଡି ନେତା ଲେନିନ ମହାନ୍ତି ଏ ନେଇ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରିଛନ୍ତି। ମହିଳାଙ୍କ ପରିଜନ ଓ ସାହି ପଡିଶା ପ୍ରତିକ୍ରିୟା ରେ କହିଛନ୍ତି କୁନ୍ତଳା ମହାନନ୍ଦ ନାମକ 60 ବର୍ଷୀୟା ମହିଳାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବିଜୁ ଜନତା ଦଳର ନେତା ଏହାକୁ ନେଇ ରାଜନୀତି କରିବା ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁରରେ ସମାନ ଅପଚେଷ୍ଟା କରିଥିଲା ବିଜେଡି। ମୃତକଙ୍କ ନାଁ ନେଇ ବିଜେପିକୁ ବଦନାମ କରିବାକୁ ବିଜେଡି କରିଥିବା ମିଛ ପ୍ରଚାର ସେତେବେଳେ ମଧ୍ୟ ଧରା ପଡ଼ିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
36m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
58m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି