OT ରେ ଭାବି ପତ୍ନିଙ୍କ ସହ ପ୍ରି ଓ୍ୱେଡିଙ୍ଗ ଫଟୋ ସୁଟ୍‌ କରି ଚାକିରିରୁ ବିଦା ହେଲେ ଡାକ୍ତର 
by Argus News
Sun, Feb 11 | 1:48 p.m.

ନୂଆଦିଲ୍ଲୀ:  ଅପରେଶନ ଥିଏଟରରେ ଭାବି ପତ୍ନିଙ୍କ ସହ ପ୍ରି ଓ୍ୱେଡିଙ୍ଗ ଫଟୋ ସୁଟ୍‌ କଲେ ଡାକ୍ତର।  ଯାହାର ଭିଡଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।  ଡାକ୍ତରଙ୍କ ଏପରି କାର୍ଯ୍ୟ ପାଇଁ ଲୋକେ ନିନ୍ଦା ମଧ୍ୟ କରୁଛନ୍ତି।  ଘଟଣାଟି ହେଉଛି କର୍ଣ୍ଣାଟକର  ଚିତ୍ରଦୁର୍ଗ ଜିଲ୍ଲାର। ଡାକ୍ତରବାବୁଙ୍କର ଏପରି ହରକତରେ ରାଗି ଗଲେ ପ୍ରଶାସନ। ଆଉ ସାଙ୍ଗେ ସାଙ୍ଗେ ଡକ୍ତର ଅଭିଷେକଙ୍କୁ  ବହିଷ୍କାର କରିଦେଲେ  କର୍ଣ୍ଣାଟକ ସରକାର।  ଏନେଇ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ  ଦିନେଶ ଗୁଣ୍ଡୁ ରାଓ ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସରେ  ଟୁଇଟ୍‌ କରି ସୂଚନା ଦେଇଛନ୍ତି।   
ତେବେ ଭାଇରାଲ ହେଉଥିବା ଭିଡିଓରେ  ଡାକ୍ତର  ଜଣେ ରୋଗୀର ସର୍ଜରୀ କରୁଥିବାର ଦେଖାଯାଇଛି।

 ତାଙ୍କୁ ଏଥିରେସହାୟତା କରୁଛନ୍ତି ତାଙ୍କ ଭାବି ପତ୍ନି।  ଭିଡିଓର ଶେଷରେ  ଦେଖାଯାଇଛି ଯେ ଯେଉଁ ବ୍ୟକ୍ତି ଜଣଙ୍କର ସର୍ଜରୀ ହେଉଥିଲା ଅପରେଶନ ପରେ  ସେ ଉଠି ବସିଛନ୍ତି। ଭିଡିଓରେ  ପ୍ରି ଓ୍ୱେଡିଙ୍ଗ ସୁଟ୍‌  ପାଇଁ ଅପରେଶନ ଥିଏଟରରେ କ୍ୟାମେରା ଏବଂ ଲାଇଟ୍  ସହ  କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ।   ଡାକ୍ତରଙ୍କ ଏପରି କାର୍ଯ୍ୟକଳାପକୁ ଲୋକେ ତିବ୍ର ବିରୋଧ କରୁଛନ୍ତି। ଡାକ୍ତରଙ୍କ ଅଧା ବିଧାତା କୁହାଯାଇଥାଏ।  କାରଣ  ଲୋକଙ୍କୁ କଷ୍ଟରୁ ଉପସମ ଦେଇ ଜୀବନ ରକ୍ଷା କରିଥାନ୍ତି ଡାକ୍ତର। କିନ୍ତୁ ଏପରି କିଛି ଡାକ୍ତରଙ୍କ ପାଇଁ  ଉଭୟ  ଡାକ୍ତରି ପେସା  ଏବଂ  ହସ୍ପିଟାଲ ବଦନାମ ହେଉଛି। 

ଅଧିକ ଦେଖନ୍ତୁ : 
 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ