ଉତ୍ତରକାଶିରୁ ଫେରିଥିବା ଶ୍ରମିକଭାଇମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ଏକ ଡ୍ରାମାବାଜୀ : ତେଜେଶ୍ୱର ପରିଡା 
by Argus News
Sat, Dec 02 | 9:12 p.m.

    ଓଡ଼ିଶାରେ ଦାଦନ ଶ୍ରମିକ ସୃଷ୍ଟି କରି ଧନ୍ୟବାଦ ନେଉଛନ୍ତି ମୁଖ୍ୟମନ୍ତ୍ରୀ
    ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି
    ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବିଧାନସଭାରେ ମଧ୍ୟ ମିଛ କହିବାକୁ ପଛାଉନାହାନ୍ତି

ଭୁବନେଶ୍ୱର: ଗତ ବିଧାନସଭା ଅଧିବେସନରେ ଜବାବ୍ ରଖି ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ତାଲିକା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ମିଛ ତାଲିକାର ଅସଲ ମୁଖା ଗତ କାଲି ପର୍ଦ୍ଦାଫାଶ ହୋଇଛି ଓ ଓଡିଆ ଦାଦନ ଶ୍ରମିକଙ୍କ ଅବସ୍ଥାର ଲଜ୍ଜ୍ୟାଜନକ ସ୍ଥିତିକୁ ସାମ୍ନାକୁ ଆଣିଛି । ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇନଥିବା ରାଜ୍ୟ ସରକାର ବିଧାନସଭାରେ କହିଥିଲାବେଳେ ଓଡ଼ିଶାକୁ ଏବେ ସୁଦ୍ଧା ଉତରାଖଣ୍ଡରୁ ଫେରିନଥିବା ଜଣେ ଶ୍ରମିକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି । ଏକଥା ଯଦି ସତ ତେବେ ସରକାରଙ୍କର ବିଧାନସଭାରେ ଦେଇଥିବା ଉତର କଣ ମିଛ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା ପ୍ରଶ୍ନ କରିଛନ୍ତି ।
ଶ୍ରୀ ପରିଡା କହିଛନ୍ତି ଯେ, ଗତକାଲି ମୟୂରଭଞ୍ଜ ଜିଲ୍ଲାର ୩ଜଣ ଶ୍ରମିକ ରାଜୁ ନାୟକ, ଧୀରେନ ନାୟକ ଓ ବିଶେଶ୍ୱର ନାୟକ ଓଡ଼ିଶା ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବାବେଳେ ବିଧାନସଭାରେ ରାଜ୍ୟ ସରକାର ଉତର ରଖିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାରୁ ମାତ୍ର ୧୦ଜଣ ପ୍ରବାସୀ ଶ୍ରମିକ ଓଡ଼ିଶା ବାହାରକୁ ଯାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ୩ଜଣ ଶ୍ରମିକଙ୍କ ନାମ ବିଧାନସଭା ଉତରରେ ଥିବା ୧୦ଜଣ ତାଲିକାରେ ଅଛି ତ? ସେହିପରି ଗତକାଲି ଓଡ଼ିଶା ଫେରି ନବୀନ ନିବାସ ଯାଇଥିବା ନବରଙ୍ଗପୁର ଜିଲ୍ଲାର ଭଗବାନ ବାତ୍ରାଙ୍କର ନାମ ସରକାରଙ୍କ ବିଧାନସଭା ଉତରର ସେହି ଜିଲ୍ଲାର ୪୦୩ଜଣ ତାଲିକା ମଧ୍ୟରେ ଅଛି ତ? ଖୋଦ୍ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ନିଜ ଜିଲ୍ଲା ସୁନ୍ଦରଗଡରୁ କେହି ହେଲେ ଜଣେ ବି ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇନଥିବା ବିଧାନସଭାରେ ସରକାର ଉତର ରଖିଲେ । ମାତ୍ର ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକର ବାମଡେରା ଗାଁର ମିଶ୍ର ମାଝୀ ନାମକ ଦାଦନ ଶ୍ରମିକ ଓ ସେହି ବ୍ଲକର ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଗତକିଛିମାସ ମଧ୍ୟରେ ରାଜ୍ୟକୁ ଫେରିଛି । ମିଶ୍ର ମାଝୀଙ୍କର ମୃତ୍ୟୁ ପ୍ରମାଣପତ୍ର ଓ ମୃତଦେହ ଆସିଥିବା “ଇଣ୍ଡଗୋ ବିମାନ” ଟିକେଟ୍‌ର କପି ଆମକୁ ହସ୍ତଗତ ହୋଇଛି । ସେହି ଜିଲ୍ଲାର ସବଡେଗା ବ୍ଲକର ଅନ୍ୟ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ କିଛି ଦିନ ପୂର୍ବରୁ ବାହାର ରାଜ୍ୟରେ ହୋଇଛି । ଏସମସ୍ତ ଉଦାହରଣ ସୁନ୍ଦରଗଡ ଜିଲ୍ଲାରୁ ‘ଶୂନପ୍ରବାସୀ ଶ୍ରମିକ’ ବିଧାନସଭାରେ ଘୋଷଣାକୁ ମିଛ ପ୍ରମାଣିତ କରିଛି । ସେହିଭଳି ବଲାଙ୍ଗିର ଜିଲ୍ଲା ଲୁଇସିଙ୍ଗା ବ୍ଲକ ଫଟାବାହଲ, ପୁଇଁତଳା ବ୍ଲକର ବିଲେଇସଡା ଓ ଆଗଲପୁର ବ୍ଲକର ଖଲିଆପାଲିରୁ ଜଣେ ଲେଖାଏ ଦାଦନଶ୍ରମିକଙ୍କ ମୃତ୍ୟୁ ଅନ୍ୟ ରାଜ୍ୟରେ କିଛିମାସ ମଧ୍ୟରେ ହୋଇଛି । କିଛିମାସ ପୂର୍ବରୁ କୋରାପୁଟ ଜିଲ୍ଲାର କିଛି ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ଭାଇଜାଗ୍‌ରୁ ଚାଲି ଚାଲି କୋରାପୁଟ ଫେରୁଥିବାର ଚିତ୍ର ଗଣମାଧ୍ୟମମାନେ ସାମ୍ନାକୁ ଆଣିଥିଲେ । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କାନ୍ତୀ କୁମ୍ଭାର ଯିଏ ୧୯୯୭ ରୁ ୨୦୦୧ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷା ଥିଲେ ସେ ଏବେ ତାମିଲନାଡୁରେ ନିଜ ପୁଅ ସହ ଦାଦନ ଶ୍ରମିକଭାବେ କାର୍ଯ୍ୟ କରୁଥିବା ଖବର ଆମ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଶ୍ରୀ ପରିଡା କହିଛନ୍ତି ।

ଆଜି ରାଜ୍ୟ ସରକାରଙ୍କର ଦୁମୁହାଁ ନୀତି ପଦାରେ ପଡିଯାଇଛି । ଦାଦନ ଶ୍ରମିକମାନଙ୍କର ଦୁଃଖର କାହାଣୀ ଲୁଚାଇବା ପାଇଁ ସେମାନଙ୍କର ଭାବାବେଗ ଓ ଦୁର୍ବଳତାର ଫାଇଦା ନେଇ ରାଜ୍ୟ ସରକାର ଡ୍ରାମାବାଜି କରୁଛନ୍ତି, ଯାହା ରାଜ୍ୟର ବିକାଶର ମିଛ ଚିତ୍ରକୁ ପଦାରେ ପକାଇଛି । ମୃତ୍ୟୁ ମୁହଁରୁ ଜୀବନ ବଂଚାଇ ଓଡିଶା ଫେରିଥିବା ଦାଦନ ଶ୍ରମିକମାନେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ କହିବାଠୁ ଅଧିକ କରୁଣ ପରିସ୍ଥିତି ଆମ କିଛି ନହୋଇପାରେ । ଗତକାଲି ଏକ ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସିଲା ଯେଉଁଠି ଉତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ଜଣ ଶ୍ରମିକଙ୍କ ମଧ୍ୟରୁ ୪ଜଣ ଓଡିଶା ଫେରିବା ପରେ ସେମାନଙ୍କର ଦୁଃଖ ବଖାଣିଲେ । “ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଲ ଭିତରକୁ ଫେରିଯିବୁ” ଏଭଳି ଦୁର୍ଭାଗ୍ୟଜନକ ମନ୍ତବ୍ୟ ଗତକାଲି ନବୀନ ପଟ୍ଟନାୟକଙ୍କୁ ଭେଟିଥିବା ଶ୍ରମିକଙ୍କ ମୁହଁରୁ ଶୁଣିବାକୁ ମିଳିଲା । ବାସ୍ତବରେ ରାଜ୍ୟରେ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଏବଂ ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବିଧାନସଭାରେ ମଧ୍ୟ ମିଛ କହିବାକୁ ପଛାଉନାହାନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି । ଗତ କାଲି ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ରାଜ୍ୟ ସରକାର ଦାଦନ ଶ୍ରମିକ ସୃଷ୍ଟିରେ ରେକର୍ଡ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ନିଜକୁ ନିଜେ ସାବାସୀ ଦେଉଛନ୍ତି । ଗତକାଲି ରାଜ୍ୟ ସରକାର ଓ ଶ୍ରମମନ୍ତ୍ରୀ ଭୁବନେଶ୍ୱରରେ ଉତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ଲୋକଦେଖାଣିଆ ଡ୍ରାମା କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଲେ । କରୋନା ସମୟରେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । କିନ୍ତୁ ଓଡ଼ିଶା ସରକାର ସେମାନଙ୍କର ସ୍କିଲ୍ ମ୍ୟାପିଙ୍ଗ, ରିସ୍କିଲିଂ ଓ ଅପସ୍କିଲିଙ୍ଗ ନକରି ଓଡ଼ିଶାରେ ନିଯୁକ୍ତି ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ ହେଲେ ଓ ମାତ୍ର ୪ଟି ଜିଲ୍ଲାରେ ୪,୮୪୩ଜଣଙ୍କୁ ଛୋଟ କାମ ଦେଇ ନିଜର ଦାୟିତ୍ୱ ଶେଷ କରିଦେଲେ । ପ୍ରତି ଜିଲ୍ଲାରୁ ହଜାର ଜହାର ପ୍ରବାସୀ ଶ୍ରମିକ ଦାଦନ ଘଟିବା ପାଇଁ ଅନ୍ୟ ରାଜ୍ୟକୁ ପଳାୟନ କରୁଥିବା ବେଳେ ବଦନାମିରୁ ବଂଚିବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ କୌଣସି ପଞ୍ଜୀକରଣ ନକରାଯାଇ ସମସ୍ତ ସାମାଜିକ ସୁରକ୍ଷାରୁ ଦାଦନ ଶ୍ରମିକମାନଙ୍କୁ କାହିଁକି ବଂଚିତ କରାଯାଉଛି ବୋଲି ଶ୍ରୀ ପରିଡା ପ୍ରଶ୍ନ କରିଛନ୍ତି । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ