ଦଶହରା ଅବସରରେ ଢେଙ୍କାନାଳ ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା
by Argus News
Tue, Oct 15 | 8:14 a.m.

ଅର୍ଗସ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ ବଳଦଯାତ୍ରା। ଏଠାରେ ପାରମ୍ପରିକ ବଳଦଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୁଏ। ପ୍ରଥମେ ଅନୁକୂଳ ଯାତ୍ରା ହୁଏ। ଏଥିରେ ଥୋରିଆ, ବଣିଆ ଓ କାଚରା ସଂପ୍ରଦାୟର ଲୋକେ ନିଜ ନିଜର କୌଳିକ ବୃତ୍ତିକୁ ନେଇ ଅନୁକୂଳ ପର୍ବ ପାଳନ କରନ୍ତି। ଅନ୍ୟ ସଂପ୍ରଦାୟର ଲୋକେ ଏହି ଯାତ୍ରାରେ ବି ସାମିଲ ହୁଅନ୍ତି।

ଅଧିକ ପଢନ୍ତୁ : ଆଜି ପ୍ରସିଦ୍ଧ ଐତିହାସିକ ଯୋଡ଼ିଛତର ବଏଲ ଯାତ୍ରା

ବିଶେଷ କରି ଥୋରିଆ ସଂପ୍ରଦାୟର ଲୋକେ ମା ବଣିଜାରୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସୁସଜ୍ଜିତ ବଳଦକୁ ବାଜାର ତାଳେତାଳେ ପରମ୍ପରା ରକ୍ଷାକରି ସହର ପରିକ୍ରମା କରନ୍ତି। ପରେ ଜଗନ୍ନାଥଙ୍କ ଦର୍ଶନ କରି ଗୁଜୁରିହାଟରେ ଲୁଣ ମାପି  ଘରକୁ ଫେରନ୍ତି। ଭାଇଚାରାର ଏହି ପର୍ବରେ ଏହି ସଂପ୍ରଦାୟର ଲୋକମାନେ ଯାତ୍ରାରୁ ଫେରି ଗୁରୁଜନଙ୍କୁ ପ୍ରଣାମ କରି ଅନୁକୂଳ ଯାତ୍ରାରେ ସମାପନ କରନ୍ତି।

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର