ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
by Argus News
Tue, Oct 22 | 9:19 p.m.

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପହଞ୍ଚିଛନ୍ତି । ମେଲବର୍ଣ୍ଣରେ ବସବାସ କରୁଥିବା ଭାରତୀୟମାନଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । 

ଏହି ଅବସରରେ ସେଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଷ୍ଟ୍ରେଲିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ ହୋଇ କଥା ହେବା ଖୁସିର ବିଷୟ । ଆମ ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ଼ ଆମ୍ବାସେଡର । 

ଆମ ସଭ୍ୟତାର ମୂଲ୍ୟବୋଧ ଏବଂ ଜ୍ଞାନ, ବୈଶ୍ବିକ ଆହ୍ବାନର ସମାଧାନ କରିପାରିବ ।  ଶିକ୍ଷା ସମନ୍ବୟ ଓ ସହଯୋଗ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କକୁ ମଜଭୂତ କରିବ । ଜ୍ଞାନ ସହଯୋଗ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ବକୁ ଆଗକୁ ନେବାରେ ମୂଳଦୁଆ ହେବ । ଶିକ୍ଷାର ଅନ୍ତର୍ଜାତୀୟକରଣ, ବିଶ୍ୱବିଦ୍ୟାଳୟ ସହ ସଂଯୋଗ, ଗବେଷଣା, ସ୍କିଲିଂ ଏବଂ ପାରସ୍ପିରକ ଛାତ୍ର ବିନିମୟ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ କେନ୍ଦ୍ରମନ୍ତ୍ରୀ ।

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର