ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ
by Argus News
Wed, Dec 06 | 11:21 a.m.

ଅର୍ଗସ ବ୍ୟୁରୋ: ଜାନୁଆରୀରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ଏହାକୁ ନେଇ ସାରା ଦେଶରେ ଏବେ ଖୁବ ଚର୍ଚ୍ଚା । ଦିନ ଯେତିକି ଯେତିକି ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଉଛି । ଆଉ ଏହାର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ଭବ୍ୟ ଆୟୋଜନ ମଧ୍ୟ ହେଉଛି । ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଭବ୍ୟ ସମାରୋହ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 

ତେବେ ଏହାରି ଭିତରେ ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ । ଯାହାର ଚିତ୍ର ସାମନାକୁ ଆସିଛି । ଏହି ଧ୍ୱଜା ଦଣ୍ଡର ଆକାର ଓ ସୁନେଲୀ ରଙ୍ଗ ଖୁବ ଚିତ୍ତାକର୍ଷକ ଲାଗୁଛି । ଦେଖିଲେ ଆଖି ଝଲସି ଉଠୁଛି । ଏହି ମୁଖ୍ୟ ଧ୍ବଜା ଦଣ୍ଡର ଓଜନ ରହିଛି ପ୍ରାୟ 5500 କେଜି । ଗୁଜୁରାଟର ଶ୍ରୀ ଅମ୍ବିକା ଇଞ୍ଜିନିୟରିଂ ଓ୍ବାର୍କସ ଦ୍ବାରା ନିର୍ମାଣ କରାଯାଉଛି । 
ଏହି ବିରା ଧ୍ୱଜା ଦଣ୍ଡ ଦେଖିବାକୁ ଖୁବ ଆକର୍ଷଣୀୟ ଓ ଆଶ୍ଚର୍ଯ୍ୟ ଲାଗୁଛି । କାରିଗର ମାନେ ମଧ୍ୟ ଏହି ବିରାଟ କାୟ ଧ୍ୱଜା ଦଣ୍ଡ ବନାଇ ନୂଆ ଅନୁଭବ ପାଇଛନ୍ତି । ଯାହାକୁ କ୍ୟାମେରା ଆଗରେ ବଖାଣିଛନ୍ତି ।  

ଅନ୍ୟପଟେ ରାମ ମନ୍ଦିରରେ ଶ୍ରୀବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ । ଏଥିପାଇଁ ନିମନ୍ତ୍ରଣପତ୍ର ପ୍ରସ୍ତୁତ ହୋଇଯାଇଛି । ଏହି ନିମନ୍ତ୍ରଣ ପତ୍ରର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଡାକ ମାଧ୍ୟମରେ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏଥିରେ ଦୂରଦୂରାନ୍ତରୁ ଆସିଥିବା ସାଧୁ, ମହାମଣ୍ଡଳେଶ୍ୱର, ଗୁରୁ ମଧ୍ୟ ସାମିଲ ହେବା ନେଇ ଜଣାପଡିଛି । 

ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ