୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
by Argus News
Sun, Nov 24 | 7:31 p.m.

ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ଓଡ଼ିଶା ପର୍ବ ପାଇଁ ସମସ୍ତଙ୍କୁ ଜଣାଇଥିଲେ ଅଭିନନ୍ଦନ । ମୋଦି କହିଛନ୍ତି, ଓଡ଼ିଶା ହେଉଛି ବିଦ୍ବାନମାନଙ୍କର ମାଟି । ଓଡ଼ିଆ ଭାଷା ମହାପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ । ଏହାସହ ମହାପ୍ରଭୁ ଜଗନ୍ନାଥଙ୍କ ଗାଥା ବଖାଣିଲେ ମୋଦି । ଓଡ଼ିଶା ଆରମ୍ଭରୁ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ । ଭୀମ ଭୋଇ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ । ଏହା ହିଁ ଓଡ଼ିଶାର ସଂସ୍କୃତି ବୋଲି କହିଲେ ପ୍ରଧାନମନ୍ତ୍ରୀ । ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ । ପାଇକ ବିଦ୍ରୋହ ଏହାର ଏକ ଉଦାହରଣ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ ବୋଲି କହିଲେ ପିଏମ୍ । ମହିଳାଙ୍କ ବିକାଶ ହେଲେ ଓଡ଼ିଶା ଆଗକୁ ବଢିବ । ସେଥିପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି ବୋଲି କହିଲେ ମୋଦି । ସେହିପରି ଓଡ଼ିଶା ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନ ରଖି କହିଛନ୍ତି, ମହାପ୍ରଭୁଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ରହିଛି ଭାବପୂର୍ଣ୍ଣ ସମ୍ପର୍କ । ଓଡ଼ିଶା ସହିତ ରହିଛି ପ୍ରଧାନମନ୍ତ୍ରୀଙ୍କ ନିବିଡ଼ ସମ୍ପର୍କ । ଓଡ଼ିଆ ଅସ୍ମିତାର ରକ୍ଷକ ସାଜି ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ରଙ୍ଗବତୀ  ଗୀତରେ ଝୁମିଥିଲେ ସମସ୍ତେ ।

 

ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍
ଜାମିନ୍
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ
ରାଜ୍ୟ ସରକାର
ବିଶ୍ବବିଦ୍ୟାଳୟଗୁଡ଼ିକୁ ପୁଣି ସ୍ବାୟତ୍ତତା ଫେରାଇବାକୁ ନିଷ୍ପତି ନେଲେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: କୂଳପତି ଓ ପ୍ରଫେସର ଚୟନ କ୍ଷେତ୍ରରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସ୍ବାୟତତ୍ତା ଫେରାଇବା ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ ନେଇଛି ବଡ଼ ନିଷ୍ପତ୍ତି। ଓଡ଼ିଶ
‘ସୁଭଦ୍ରା’ ଟଙ୍କା
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକ
ପ୍ରଧାନମନ୍ତ୍ରୀ
୨୦୩୬ ବେଳକୁ ଓଡ଼ିଶାକୁ ଦେଶର ସଶକ୍ତ ଓ ସମୃଦ୍ଧ ରାଜ୍ୟ କରିବାକୁ ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ଭବ୍