ଅର୍ଗସ ବ୍ୟୁରୋ : ଆଜି ସମ୍ବିଧାନ ଦିବସ । ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଥମେ ଏଜି ଛକ ସ୍ଥିତ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ପରେ ପରେ ଆରମ୍ଭ ହୋଇଥିଲା ପଦଯାତ୍ରା ।
ଅଧିକ ପଢନ୍ତୁ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ
ପଦଯାତ୍ରା ୁଏଜି ଛକରୁ ବାହାରି କ୍ୟାପିଟାଲ ହସ୍ପିଟାଲ ଯାଏ ଚାଲିଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ପଦଯାତ୍ରା ପହଞ୍ଚିବା ପରେ ସେଠାରେ କରାଯାଇଥିଲା ସଫେଇ ଅଭିଯାନ ।