ପାଇଖାନାରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା
by Argus News
Sat, Nov 11 | 9:38 a.m.

ଅର୍ଗସ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ନାରାୟଣପାଟଣାରେ । ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା' ଫେରାର ହୋଇ ଯାଇଥିବା ଜଣାପଡିଛି । ଶିଶୁ ଟିର କାନ୍ଦ ଶୁଣି ପାଇଖାନାରୁ ଲାଟିନରୁ ଉଦ୍ଧାର କରି ମାନବିକତାର ପରିଚୟ ଦେଲେ କୋରାପୁଟ ନାରାୟଣପାଟଣା ନିକଟ ଗାରିଆଘାଟ ସାହିର ଧନେଶ୍ଵର ଗରଡ଼ା ଓ ତାଙ୍କ ଧର୍ମ ପତ୍ନୀ ଦସମା ଗରଡ଼ା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ଘରକୁ ନେଇ ତାର ଚିକିତ୍ସା କରିଛନ୍ତି । ଦମ୍ପତି ଜଣକ କହିଛନ୍ତି ଆମେ ଏହି ଝିଅଟିକୁ ଆମ ପାଖେ ରଖିବୁ । ତେବେ ତାଙ୍କ ଏହି କାର୍ଯ୍ୟକୁ ସବୁ ଆଡ଼େ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଅନ୍ୟପଟେ କିଏ ଓ କାହିଁକି ଏମିତି କାର୍ଯ୍ୟ କଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଗୁଡ ନ୍ୟୁଜ୍
1m ago
ସାଢେ ୬ କୋଟି ଲୋକଙ୍କ ପାଇଁ ଖୁସି ଖବର ...
ନୂଆଦିଲ୍ଲୀ : ସାଢେ ୬କୋଟି ଲୋକଙ୍କ ପାଇଁ ଗୁଡ ନ୍ୟୁଜ୍। ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO । EPFO ଅଟୋ ମୋଡ ସେଟେଲମେଣ୍ଟ
ଭୁବନେଶ୍ବରରେ
10m ago
ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି
ଭଣ୍ଡାରିପୋଖରୀରେ
23m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ