ଗାଁରେ ବନ୍ଧୁକ ଦେଖାଇ ଧମକଚମକ ଦେବା ଘଟଣାରେ ଜଣେ ଗିରଫ 
by Argus News
Sun, Apr 28 | 2:46 p.m.

ବଲାଙ୍ଗିର : ଗାଁରେ ବନ୍ଧୁକ ଦେଖାଇ ଧମକଚମକ ଦେବା ଘଟଣାରେ ଜଣେ  ଗିରଫ ।  ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଲା ଗାଁରେ ଜଣେ ଯୁବକ ଅତ୍ୟଧିକ ନିଶା ସେବନ କରି ବନ୍ଧୁକ ଦେଖାଇ ଲୋକଙ୍କୁ ଧମକଚମକ୍ ଦେଉଥିବା ଅଭିଯୋଗରେ ଜଣେ ଯୁବକ କୁ ଗିରଫ କରିଛି ମୁରିବାହାଲ ପୋଲିସ l ଗିରଫ ଯୁବକ ଜଣକ ହେଲେ ବାନ୍ଦୁପଲା ଗାଁ ନରେନ୍ଦ୍ର ଭୋଇ l ଗିରଫ ହୋଇଥିବା ଯୁବକ ପାଖରୁ ଏକ ବନ୍ଧୁକ ଜବତ କରିଛି ପୁଲିସ ।

ସୂଚନାଯୋଗ୍ୟ ଯେ ବାନ୍ଦୁପଲା ଗ୍ରାମର ପୀତବାସ ଭୋଇଙ୍କ ଅଭିଯୋଗ ଅନୁସାରେ ଗାଁ ର ସଦାନନ୍ଦ ଭୋଇଙ୍କ ପୁଅ ନରେନ୍ଦ୍ର ଭୋଇ ଅତ୍ୟଧିକ ନିଶା ସେବନ କରି ଏକ ବନ୍ଧୁକ ଦେଖାଇ ବାରମ୍ବାର ଭୟଭୀତ କରିବା ସହ ଧମକଚମକ ଦେଉଥିଲା। ଏ ନେଇ ପୀତବାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନରେନ୍ଦ୍ରଙ୍କୁ ଗିରଫ କରିବା ସହ ତା ପାଖରୁ ସେ ରଖିଥିବା ଏକ ବନ୍ଧୁକ ଜବତ କରିଥିଲା। ଆର୍ମସ ଏକ୍ଟରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଅଭିଯୁକ୍ତ ନରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଦିଲ୍ଲୀ କ୍ୟାପିଟାଲ୍ସକୁ
26m ago
ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ଲେ ଅଫ ଦୌଡରେ ସାମିଲ RCB
ଅର୍ଗସ ବ୍ୟୁରୋ: ବ୍ୟାଟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହି ବିଜ
ଆଜି ଦେଶରେ
ଆଜି ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ
ଅର୍ଗସ ବ୍ୟୁରୋ: ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍‌ରେ ଭୋ
ଓଡ଼ିଶାରେ ପ୍ରଥମ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ : ନେତାଙ୍କ ଛାତି ଧଡ଼ଧଡ଼
ଅର୍ଗସ ବ୍ୟୁରୋ: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିପାଇଁ ସବୁ ଦଳର ନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ ହୋଇଛି। ଭୋଟର ମାନେ ଆଜି ସେମାନଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କ ଭାଗ୍