ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍
by Argus News
Sun, Apr 21 | 6:59 p.m.

ଅର୍ଗସ ବ୍ୟୁରୋ : ସ୍ମାର୍ଟଫୋନ ଅତ୍ୟଧିକ ବ୍ୟବହାର କରୁଛନ୍ତି କି ? ତେବେ ଏ ଖବର ଆପଣଙ୍କୁ ନିଶ୍ଚୟ ଚମକାଇ ଦେବ । କାରଣ ଜଣେ ଅତ୍ୟଧିକ ସ୍ମାଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଫୋନ ବିଲ୍ ଆସିଛି ୧ କୋଟି ୧୪ ଲକ୍ଷ । ଯାହାକୁ ନେଇ ସେ ବ୍ୟକ୍ତି ଜଣକଙ୍କ ହୋସ ଉଡି ଯାଇଛି ।

ଆଜିକାଲି ସମସ୍ତେ ସ୍ମାଟଫୋନ ବ୍ୟବହାର କରୁଛନ୍ତି । ଡିଜିଟାଲ ଯୁଗରେ ସମସ୍ତେ ସବୁ ସମୟରେ ନିଜ ସ୍ମାଟଫୋନକୁ ବ୍ୟବହାର କରୁଛନ୍ତି । କିନ୍ତୁ ଅତ୍ୟଧିକ ବ୍ୟବହାର କଲେ ଆପଣଙ୍କର ମଧ୍ୟ ଏହି ୟୁଜର୍ସଙ୍କ ପରି ଦଶା ଭୋଗିବାକୁ ପଡିବ ।

ଆମେରିକା ଫ୍ଲୋରିଡୋର ଜଣେ ୭୧ ବର୍ଷୀୟ ବ୍ୟକ୍ତି ରେନ ରେମଣ୍ଡ ନିଜ ପତ୍ନୀ ଲିଡାଙ୍କ ସହ ରୁହନ୍ତି । ଗତ କିଛି ଦିନ ତଳେ ଉଭୟ ସ୍ବିଜରଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ନିଜ ଫୋନରେ ଏହି ବିଲ ମେସେଜ ଦେଖି ଚମକି ପଡିଥିଲେ । ଏହି ଫୋନ ବିଲ୍ ଥିଲା ୧ କୋଟି ୧୪ ଲକ୍ଷର । ଯାହାକୁ ଦେଖାଇବା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡିଥିଲା । ତେବେ ସଙ୍ଗେସଙ୍ଗେ ସେ କଷ୍ଟ୍ୟୁମର କେୟାରଙ୍କୁ ଫୋନ କରିଥିଲେ । ହେଲେ କଷ୍ଟ୍ୟୁମର କେୟାରର କର୍ମଚାରୀ କହିଥିଲେ କି ବିଲ ସମ୍ପୁର୍ଣ୍ଣ ଠିକ ଅଛି , ଏଥିରୋ କୌଣସି ବି ଗଡବଡ ନାହିଁ ।

ଅଧିକ ପଢନ୍ତୁ : ଏକାଥରେ ୬ଟି ଶିଶୁ ଜନ୍ମ

ଆନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ, ରେନ ରେମଣ୍ଡ ଭ୍ରମଣ କରିବାକୁ ଯିବା ପୂର୍ବରୁ ଟ୍ରାଭେଲ ପ୍ଲାନକୁ ନେଇ ମୋବାଇଲ ଷ୍ଟୋରରେ କଥାବାର୍ତ୍ତା କରିଥିଲେ । ଏବଂ ସେ କହିଥିଲେ କି ଏଥିରେ ଡାଟା ପ୍ଲାନ ରହିଛି । 

ଏହାପରେ ବୁଲିବାକୁ ଯିବାବେଳେ ତାଙ୍କ ଫୋନ ରୋମିଂରେ ଥିଲା । କିନ୍ତୁ ସେମାନେ ଭାବିଥିଲେ ଯେ, ସେମାନେ ନିଜର ଡାଟା ପ୍ଲାନରେ ହିଁ ନିଜର ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ସେଥିପାଇଁ ନିଜର ବନ୍ଧୁ ପରିଜନ ମାନଙ୍କୁ ଖୁବ ଭିଡିଓ କଲ କରୁଥିଲେ । କିନ୍ତୁ ଏପରି ମେସେଜ ଆସିବା ପରେ ସେମାନେ ଜାଣିବାକୁ ପାଇଥିଲେ ସେମାନେ ସମୁଦାୟ ୯.୫ ଗିଗାବାଇଟ (GB) ଡାଟା ବ୍ୟବହାର କରିଛନ୍ତି । ଯାହା ଦିନକୁ ୬ ହଜାର ଡଲାର ଭାବେ ଗଣାଯାଇଛି । ଯାହାକି ଖୁବ ଅଧିକ ଅଟେ । ତେବେ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବାପରେ ସେ କଷ୍ଟ୍ୟୁମର କେୟାରକୁ ଏତିକି ବିଲ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । 
 

24 ELECTION
1m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
5m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
48m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର