UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
by Argus News
Sat, May 18 | 2:34 p.m.

ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିରେ ଛୋଟମୋଟ ନେଣଦେଣ ପାଇଁ ପିନ ଏଣ୍ଟର କରିବା ଦରକାର ପଡ଼େନାହିଁ । Paytm ର ମୁଖପାତ୍ର କହିଛନ୍ତି ଯେ ଆମେ ୱାଲେଟକୁ ଏକ ଗୁରତ୍ୱପୂର୍ଣ୍ଣ ପେମେଣ୍ଟର ମାଧ୍ୟମ ଭାବେ ଦେଖୁଛୁ ଏବଂ ପେଟିଏମ ଲାଇଟ ଏହାର ଅଭିଜ୍ଞତାକୁ ଆହୁରି ବଢାଇବ ବୋଲି ଆମର ଆଶା । ଏହା ଦ୍ୱାରା ସ୍ଥାନୀୟ ଷ୍ଟୋର, ଦୋକାନ ଆଦିରେ ସବୁଦିନ ହେଉଥିବା ନେଣଦେଣ ଆହୁରି ସହଜ ହୋଇପାରିବ । NPCIର ସହଭାଗିତାରେ ଭାରତର ପ୍ରତ୍ୟେକ କୋଣରେ UPI ଇକୋସିଷ୍ଟମକୁ ବିସ୍ତାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ସର୍ବପ୍ରଥମେ ପେଟିଏମ ଆପ ଖୋଲନ୍ତୁ ,ପରେ 'UPI ଲାଇଟ୍ ଆକ୍ଟିଭେଟ୍' ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ UPI liteରେ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟକୁ ବାଛନ୍ତୁ। ଏବେ ଟଙ୍କା ଜମା କରିବା ପରେ ଆପଣ ସହଜରେ ଏହି ଟଙ୍କା ଦେବା ପାଇଁ UPI lite ବ୍ୟବହାର କରିପାରିବେ । UPI ଲାଇଟ୍ ୱାଲେଟରେ ଏକ ସମୟରେ 2,000 ଟଙ୍କା ଜମା କରିପାରିବେ ଏବଂ ଦିନକୁ ସର୍ବାଧିକ ଦୁଇଥର ଟଙ୍କା ଜମା କରିପାରିବେ।

ଅଧିକ ପଢ଼ନ୍ତୁ ଭାରତ ଖବର
 

ରାଜ୍ୟରେ ଲାଗୁ ହେବ
15m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର