ଲାଇଭ ଶୋ' ବେଳେ ଏପରି କଲା ପୋଷା କୁକୁର, ଭିଡିଓ ହେଲା ଭାଇରାଲ
by Argus News
Wed, Apr 10 | 8:45 p.m.

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ଏମିତି କିଛି କିଛି ଖବର କିମ୍ବା ଭିଡିଓ ଭାଇରାଲ ହୁଏ , ଯାହାକୁ ନେଇ ଖୁବ ଚର୍ଚ୍ଚା ଲାଗିରୁହେ । ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ବୋଲ୍ଲିଭିଆର ଏକ ଇଲେକ୍ଟ୍ରୋନିକ ଗଣମାଧ୍ୟମର ଜଣ ଉପସ୍ଥାପକଙ୍କ ଭିଡିଓ ଏବେ ଖୁବ ଚର୍ଚ୍ଚାରେ । ଏହି ଉପସ୍ଥାପକ ଜଣକ ଏକ ଲାଇଭ ଶୋ' କରୁଥିବା ବେଳେ ଗୋଟେ ପୋଷା କୁକୁର ତାଙ୍କ ପାଖରେ ମଳତ୍ୟାଗ କରି ଦେଇଥିଲା । 

ଅଧିକ ପଢନ୍ତୁ : କୂଅରେ ପଶିଥିଲା ବିଲେଇ, ୫ ଜଣଙ୍କର ନେଲା ଜୀବନ

ଏହି ଶୋ'ରେ ଉପସ୍ଥାପକ ଜଣକ ଗୃହହୀନ ତଥା ଏଣେତେଣେ ବୁଲୁଥିବା ଖଆଇବାକୁ ପାଉନଥିବା ଜୀବମାନଙ୍କୁ ପୋଷା କରି ପାଳିବାକୁ ବୁଝାଉଥିଲେ । ଏହି ସମୟରେ ସେଠାରେ ଥିବା ପୋଷା କୁକୁରଟି ସେଠାରେ ମଳତ୍ୟାଗ କରି ଦେଇଥିଲା । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ତଥା ଶୋ ଲାଇଭ ଦେଖୁଥିବା ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପାଖରେ ଥିବା ସହ-ଉପସ୍ଥାପକ ଜଣକ ପେପର ଟାୱେଲ ଦେବା ପୂର୍ବରୁ ସେ ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ଚାହିଁ ରହିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଅନେକ ଜଣ ଏହାକୁ ନେଇ ଅନେକ ମତାମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ସେ କୁକୁରଟି ବୋଧହୁଏ ଅଧିକ ଖାଇଦେଇ ଥିଲା ।" ସେହିପରି ଆଉ ଜଣେ ଲେଖିଛନ୍ତି, "କୁକୁରଟି ଭାବିଲା ଏଇଟା ବୋଧହୁଏ ତା ଜାଗା, ସେଥିପାଇଁ ସେ ଏମିତି କରିଦେଲା ।" 

ନୋଟ୍ ବଣ୍ଟା
3m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
10m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ
MODI
18m ago
ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଇଡି ଦ୍ୱାରା ଜବତ ହୋଇଥିବା ସମସ୍ତ ଟଙ୍କାକୁ ଆମ ସରକାର ଆସିଲେ ଗରିବ ଲୋକଙ୍କୁ ସବୁ ଟଙ୍କା ଫେରସ୍ତ କରାଯିବ ବୋଲ଼ି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତ