ଦାଦନ ଶ୍ରମିକଙ୍କ ଉଦ୍ଧାର ପାଇଁ ନିବେଦନ
by Argus News
Mon, Mar 18 | 8:18 p.m.

ଅର୍ଗସ ବ୍ୟୁରୋ: ପୁଣି ଦାଦନ ଦୁଃଖ। ପୁଣି ଦାଦନର କାହାଣୀ ଆସିଛି ସାମନାକୁ । ଉଦ୍ଧାର ପାଇଁ କରୁଛନ୍ତି ନିବେଦନ। ସହି ହେଉନି ସର୍ଦାର ଯନ୍ତ୍ରଣା। ଏଭଳି ଅଭିଯୋଗ ଆସିଛି ହାଇଦ୍ରାବାଦରୁ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ତଥା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ଶ୍ରମିକମାନେ ଦଶହରା ସମୟରେ ଦାଦନ ଟଖିବାକୁ ଯାଇଥିଲେ।

ଟଙ୍କା ବଇନା ନେଇକି ଦାଦନ ଭାବରେ ହାଇଦ୍ରାବାଦ ରାଜ୍ୟକୁ ଇଟା ତିଆରି କରିବାକୁ ଯାଇଛନ୍ତି l ହାଇଦ୍ରାବାଦ ରାଜ୍ୟ ମେଡାକ ଜିଲ୍ଲା ଟେକମାଲ ଥାନା ଏଲାମପାଳି  ପଞ୍ଚାୟତ ଅଞ୍ଚଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ କାମ କରିବାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଖାଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରଲ ହୋଇଛି lତେବେ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଅନୁରୋଧ କରାଯାଇଛି l ଦିନ କୁ ଦିନ ଏହି ଭଳି ଘଟଣା ସାମ୍ନା କୁ ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ନିଦାବିଷ୍ଣୁ ପାଲଟିଛନ୍ତି ।

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

PM MODI
15m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
55m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ