ବିସ୍ଫୋରଣ ଘଟି ଚାଲିଗଲା ହାବିଲଦାରଙ୍କ ଜୀବନ  
by Argus News
Fri, Jun 14 | 7:54 p.m.

ଭୁବନେଶ୍ୱର: ଆଜି ଅଶୁଭ ଶୁକ୍ରବାର । ଗୋଟିଏ ପଟେ ରଜ ମଉଜ, ଅନ୍ୟପଟେ ଦୁଃଖର ସାଗର । ପହିଲି ରଜରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟି ଯାଇଛି ଅଘଟଣ । କାଠଯୋଡ଼ି ନଦୀପଠାରେ ବାଣ ନିଷ୍କ୍ରିୟ କରିବା ବେଳେ ବିସ୍ଫୋରଣ ଘଟି ଚାଲିଗଲା ହାବିଲଦାରଙ୍କ ଜୀବନ । ସେପଟେ କାକଟପୁରରେ ପାନବୋଝେଇ ପିକଅପ ଭ୍ୟାନ ଓଲଟି  2 ଜଣ ପାନ ଚାଷୀଙ୍କ ମୃତ୍ୟୁ ହୋଇଛି । ଆଉ ଗଞ୍ଜାମ ଜିଲ୍ଲା ବାହାଡାଗୁଡାରେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି ।

କଟକ ରିଜର୍ଭ ପୋଲିସର ବମ୍‌ ସ୍କ୍ୱାର୍ଡ ଟିମରେ କାର୍ଯ୍ୟରତ ଥିଲେ ପ୍ରଦୀପ । ନିର୍ବାଚନ ଥିବାରୁ ଜବତ ବାଣ ଗୁଡ଼ିକୁ ନଷ୍ଟ କରାଯାଇପାରି ନଥିଲା । ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଗୋପାଳପୁର କାଠଯୋଡି ନଦୀପଠାରେ ବାଣ ନିଷ୍କ୍ରିୟ କରାଯାଉଥିଲା । ସେଠାରେ ହଠାତ୍ ବାଣ ଫୁଟି ହାବିଲଦାର ପ୍ରଦୀପ ଗୁରୁତର ଆହତ ହୋଇଥିଲେ । ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 

ପ୍ରଦୀପଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ବିନା ବାଣ ନିଷ୍କ୍ରିୟ ଡ୍ରେସ୍‌ର ସେଠାକୁ ପ୍ରଦୀପ ଯାଇଥିଲେ । ଏ ଦିଗରେ ଏକ ବଡ଼ ତଦନ୍ତ ଆବଶ୍ୟକ ରହିଥିବା ସେମାନେ ଦାବି କରିଛନ୍ତି ।  ସେପଟେ ପହିଲି ରଜରେ କାକଟପୁରରୁ ଆସିଛି ଆଉ ଏକ ଦୁଃଖଦ ଖବର । ଜଗନ୍ନାଥପୁରରେ ଭାରସ୍ୟମ ହରାଇ ଓଲଟିଛି ପାନ ବୋଝେଇ ପିକଅପ ଭ୍ୟାନ୍ । ଏଥିରେ ଅସ୍ତରଙ୍ଗ ବ୍ଲକର ୨ ଜଣ ପାନ ଚାଷୀଙ୍କ ମୃତ୍ୟୁ ଘଟିଛି । ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀରେ ବସିଥିବା ବେଳେ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।  ସେହିପରି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି କାନକଟା ଘାଟିରେ ଭ୍ୟାନ ଓଲଟି ୨ ଜଣଙ୍କ ଜୀବନ ଯାଇଛି । ମୃତ ଦୁଇ ଜଣ ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ଅରଖା ଗାଁର ସୁଶାନ୍ତ ସାହୁ  ଏବଂ କୁରେଶୁ ବାତ୍ୟା । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଘନ କୁହୁଡ଼ି
8m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
24m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
33m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ