ତୀର ମାଡରେ ଆହତ ହେଲେ ଥାନା ଅଧିକାରୀ 
by Argus News
Tue, Sep 24 | 7:43 p.m.

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବଡ଼ଯଲ ଠାରେ ଦୁଇ ଦିନ ହେଲା ଫୁଲଝର ଗ୍ରାମର ଧନି ମୁଣ୍ଡା ନାମକ ବ୍ୟକ୍ତି ଉତ୍ପାତ ଚଲାଇଛି । ଗତ ରବିବାର ଦିନ ଠାରୁ ବିଦ୍ୟାଳୟକୁ ଧନୁତୀର, ବାଟୁଳି , ପଥର ଧରି ସ୍କୁଲରେ ପହଞ୍ଚିଥିଲା ଓ ପ୍ରଥମେ ପ୍ରଧାନ ଶିକ୍ଷକଙ୍କ ସହ ବଚସା କରିଥିଲା ତାପରେ ବାଟୁଳି ମାରି ମୁଣ୍ଡ ଫଟାଇ ଦେଇଥିଲା ଏବଂ ସ୍କୁଲ ଛାତ୍ର ଛାତ୍ରୀଙ୍କ ଖାଦ୍ୟ ସାମଗ୍ରୀ ଥିବା ରୋଷେଇ ଘରର କବାଟ ଭାଙ୍ଗି ଛାତ ଉପରକୁ ଚଢିଥିଲା।  ଏଇଟା ମୋ ଘର କହି ଦୁଇ ଦିନ ହେଲା ସେଠାରେ ରହିଥିବା ବେଳେ ଆଜି ତାକୁ ଛାତରୁ ଓହ୍ଲାଇବା ପାଇଁ ଲୋକେ କହିବାରୁ ତାଙ୍କ ଉପରକୁ ଧନୁ ତିର ମାରିଥିଲା।

ଫଳରେ ଲୋକେ ଭୟଭୀତ ହୋଇ ଥାନାରେ ଜଣାଇଥିଲେ । ଏନେଇ ଥାନା ଅଧିକାରୀ ଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସିଡ଼ିରେ ଛାତକୁ ଯାଉଥିବା ବେଳେ ତାଙ୍କ ଉପରେ ତୀର ମାଡ କରିଥିଲା । ଯାହା ଫଳରେ ତୀର ଆସି ତାଙ୍କ ହାତରେ ବାଜିଥିଲା।  ଫଳରେ ସେ ଆହତ ହୋଇ ଥିଲେ ତାଙ୍କୁ ତୁରନ୍ତ ବଣେଇ ଚିକିତ୍ସାଳୟକୁ ଅଣାଯାଇ ପ୍ରାଠମିକ ଚିକିତ୍ସା କରାଯାଇ ଥିଲା। ଘଟଣା ସ୍ଥଳକୁ ବଣେଇ ଏସଡିପିଓ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ କିନ୍ତୁ ବିଫଳ ହୋଇ ଥିଲେ କାରଣ ତିନି ତାଲା ଛାତ ଘର ହୋଇ ଥିବାରୁ ତାକୁ କାବୁ କରିବାରେ ବିଫଳ ହୋଇଥିବା ଜଣାପଡିଛି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର