ଆସନ୍ତାକାଲି ଦୃଶ୍ୟମାନ ହେବ ବିରଳ ବ୍ଲୁ ସୁପର ମୁନ୍
by Argus News
Sun, Aug 18 | 12:00 p.m.

ଅର୍ଗସ ବ୍ୟୁରୋ : ୧୯ ଅଗଷ୍ଟ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ଆକାଶରେ ଦେଖାଯିବ ବ୍ଲୁ ସୁପରମୁନ୍ । ଏହି ଚନ୍ଦ୍ରମା ରାତି ୧୧.୫୫ ମିନିଟ୍ ସମୟରେ ଆକାଶରେ ଉଜ୍ଜ୍ବଳ ଚନ୍ଦ୍ରମା ଭାବେ ଦେଖାଯିବ । ତେବେ ବ୍ଲୁ ମୁନ କୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ କି ବ୍ଲୁ ମୁନ କିପରି ହୋଇଥାଏ ।ତେବେ ବ୍ଲୁ ମୁନ୨ ପ୍ରକାରର ଥାଏ । ପ୍ରଥମ ବ୍ଲୁ ମୁର୍‍ ଯାହା ପ୍ରତି ମାସରେ ଗୋଟେ ଦେଖାଯାଏ । ଏହା ପ୍ରତି ମାସର ଦ୍ବିତୀୟ ସପ୍ତାହରେ ପୂର୍ଣ୍ଣ ଚନ୍ଦ୍ରମା ଭାବେ ଦେଖାଦେଇଥାଏ । ସେହପି ଅନ୍ୟଟି ହେଉଛି ସିଜନାଲ ବ୍ଲୁ ମୁନ୍ । ଅର୍ଥାତ ଏହା ପ୍ରତ୍ୟେକ ଋତୁରେ ଦେଖାଯାଉଥିବା ୪ଟି ପୂର୍ଣ୍ଣ ଚନ୍ଦ୍ରମା ମଧ୍ୟରୁ ତୃତୀୟଟି ଅଟେ । 

ତେବେ ଚାଲିଥିବା ବର୍ଷାଋତୁରେ ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ୨୨ ଜୁନ ଏହାପରେ ଦ୍ବିତୀୟ ୨୧ ଜୁଲାଇ ଏବଂ ତୃତୀୟ ୧୯ ଅଗଷ୍ଟରେ ଦୃଶ୍ୟମାନ ହେବାକୁ ଯାଉଛି। ଯାହାକୁ ବ୍ଲୁ ସୁପରମୁନ ବୋଲି କୁହାଯାଉଛି । ଏହାପରେ ୧୮ ସେପ୍ଟେମ୍ବରରେ ହାର୍ଭେଷ୍ଟ ମୁନ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ନାସା ମୁତାବକ ସିଜନାଲ ବ୍ଲୁ ମୁନ ପ୍ରତ୍ୟେକ ୨ କିମ୍ବା ୩ ବର୍ଷରେ ଥରେ ଆସିଥାଏ । ପୂର୍ବରୁ ଅକ୍ଟୋବର ୨୦୨୦, ଅଗଷ୍ଟ ୨୦୨୧ , ଏହାପରେ ଆଗାମୀ ବ୍ଲୁ ସୁପରମୁନ ୨୦୨୭ରେ ଦୃଶ୍ୟମାନ ହେବ । ଆପଣ ଏହାକୁ ନିଜ ଘରେ ତଥା ଛାତ ଉପରେ ଦେଖିପାରିବେ । ଯଦି ଚନ୍ଦ୍ରମାର ପୃଷ୍ଠଭାଗ ଦେଖିବାକୁ ଚାହୁଁଛନ୍ତି, ତେବେ ଟେଲିସ୍କୋପ ବ୍ୟବହାର କରିପାରିବେ । ତେବେ ଏହି ଦିନରେ ଆମେରିକାର କିଛି ହ୍ରଦରେ ସ୍ଟର୍ଜିୟାନ ମାଛ ବିଶେଷ ଦେଖାଯାଉଥିବାରୁ ସେହି ହିସାବରେ ଏହାର ନାମକରଣ ରହିଛି ସ୍ଟର୍ଜିୟାନ ମୁନ । 
 

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା