ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
by Argus News
Sun, Oct 20 | 10:23 p.m.

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ  ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୨ ଜଣ ପ୍ରବାସୀ ଶ୍ରମିକ ନିହତ ହୋଇଛନ୍ତି। ଏଥିରେ ୨ରୁ ୩ ଜଣ ଆହତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। 

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା। ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୨ ଜଣ  ଜମ୍ମୁ ଓ କଶ୍ମୀର ବାହାରର ଶ୍ରମିକ ବୋଲି ସୂଚନା ମିଳିଛି। 

ଗତକାଲି ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାର ଉରି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ପଣ୍ଡ କରିଦେଇଥିଲେ। ଏହି ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। କିଛିଦିନ ତଳେ ସୋପିଆଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ପ୍ରବାସୀ ଶ୍ରମିକ ନିହତ ହୋଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଶତକ ମାରି ଚମକାଇଲେ
ଶତକ ମାରି ଚମକାଇଲେ ଅଲରାଉଣ୍ଡର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମରେ ସାମିଲ କଲା ବିସିସିଆଇ
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବେଙ୍ଗାଲୁରୁ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାଜୟର ସାମ୍ନ
ଜମ୍ମୁ ଓ କଶ୍ମୀରରେ
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ପ୍ରବାସୀ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ ନିକଟରେ ଏକ ଗୁଳିବିନିମୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ସନ୍ଦିଗ୍
ରାଜସ୍ୱ ବିଭାଗ
ରାଜସ୍ୱ ବିଭାଗ ଅଧିକାରୀ ଅବହେଳା କଲେ ହେବ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଆଉ ଚଳିବନି ଅଫିସରଙ୍କ ମନମାନି। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ସେବା ଯୋଗାଇବାକୁ ବାଧ୍ୟ ସରକାରୀ ଅଧିକାରୀ। ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ରାଜସ୍ବ ବିଭାଗ। ବିଭା