ଅଫିମ ଚାଷକୁ ନଷ୍ଟ କଲା ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ
by Argus News
Sat, Mar 23 | 8:27 a.m.

ଅର୍ଗସ ବ୍ୟୁରୋ:  ଶିମିଳିପାଳ କୋର ଏରିଆରୁ ପୁଣିଥରେ ବିପୁଳ ପରିମାଣର ଅଫିମ ଚାଷ କୁ ନଷ୍ଟ କଲା ଅବକାରି ବିଭାଗର ଏକ ସ୍ୱତନ୍ତ୍ର ଟିମ । ଅଫିମ ଚାଷର ଖବର ପ୍ରସାରଣ ପରେ ଚେତିଲା  ଅବକାରୀ ବିଭାଗ । 15 ଏକର ଜାଗାରୁ ପ୍ରାୟ 5ଲକ୍ଷ 25ହଜାର  ଅଫିମ ଗଛକୁ ଜବତ କରି ନଷ୍ଟ କରିଥିବା ବେଳେ ଏହାର ଆନୁମାନିକ ମୁଲ୍ୟ 10କୋଟି 50 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ , ଅବକାରୀ ବିଭାଗ , ସ୍ଥାନୀୟ ରେଭନ୍ୟୁ ଇନସପେକ୍ଟର,  ଉପସ୍ଥିତିରେ ଏସମସ୍ତକୁ ପୋଡି ନଷ୍ଟ କରାଯାଇଛି । ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ କୋର ଅଞ୍ଚଳରେ ଅସ୍ତକୁଅଁର ପଞ୍ଚାୟତର  ଲେମ୍ବୁ-ଝରଣ ଓ ସାରୁଦା ଅଞ୍ଚଳରେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷକୁ ନଷ୍ଟ କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍