ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ 
by Argus News
Thu, Jun 20 | 7:00 p.m.

ଭୁବନେଶ୍ୱର:  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀ ମାନଙ୍କୁ କ୍ବାଲିଟି ଓ ମାପଦଣ୍ଡ ଉପରେ  ମଧ୍ୟ ଗ୍ରାଉଣ୍ଡ କୁ ଯାଇ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ସେହିପରି ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟନୀ ଛଟନୀ କରି ପାରିବେ ନାହିଁ ।  48ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । କୁଇଣ୍ଟାଲ ପିଛା 31ଶହ ଟଙ୍କାରେ ଧାନ କିଣାଯିବ ସେଥିପାଇଁ କମିଟି ଗଠନ ହୋଇଛି । ଚାଷୀଙ୍କୁ ହଇରାଣ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏହାସହ ରାଜ୍ୟରେ ପ୍ରଥମ ଥର ପାଇଁ  ଚାଉଳ ATM ଖୋଲାଯିବ । ଭୁବନେଶ୍ବରରେ ସପ୍ତାହ ଭିତରେ ଖୋଲିବ ଚାଉଳ ATM । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ ।  ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇ ପାରିବ। ପରବର୍ତ୍ତୀ ପର୍ଯ୍ୟାୟ ରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ATM ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ପ୍ଲାଣ୍ଟରେ ବିସ୍ଫୋରଣ
19m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
35m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍