ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ 
by Argus News
Fri, Jul 05 | 12:00 p.m.

ସୁବର୍ଣ୍ଣପୁର:  ଅସୁରକ୍ଷିତ ଛାତ୍ରୀ ନିବାସ । ବିଳମ୍ବିତ ରାତିରେ ହଷ୍ଟେଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ । ସୁବଳୟା କସ୍ତୁରବା ଗାନ୍ଧି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଘଟିଛି ଘଟଣା । ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଭିଯୋଗ ପରେ ଯୁବକକୁ ଅଟକ ରଖିଛି ସୁବଳୟା ପୋଲିସ । ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୯ ଟା ସମୟରେ ଲାଇନ୍ ନଥିବା ସମୟରେ ଅଜୟ ମହାନନ୍ଦ ନାମକ ଜଣେ ଯୁବକ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ କୁ ଯାଇ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ ।

ଲାଇନ୍ ଆସିବା ପରେ ଅନ୍ୟ ଛାତ୍ରୀ ଏବଂ ନାଇଟ୍ ୱାଚର୍ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖି ପାଟି ତୁଣ୍ଡ କରିବା ସହିତ ଯୁବକଙ୍କୁ ଅଟକ ରଖିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଖବର ଦେଇଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସୁବଳୟା ପୋଲିସ କେସ ନଂ ୧୭୯ ରେ ଏକ ମାମଲା ରୁଜୁ କରି ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ଆଜି ଉଭୟଙ୍କ ଡାକ୍ତରୀ ମାଇନା କରିବାକୁ ପଠାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ହଷ୍ଟେଲରେ ଥିବା ୱାଡେନ ଗତ କାଲି ବିନା ଛୁଟିରେ ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି । ଏହାର ସୁଯୋଗ ନେଇ ଯୁବକ ଜଣକ ଭିତରକୁ ଯାଇ ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ