ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା
by Argus News
Thu, Jan 25 | 12:27 p.m.

ଅର୍ଗସ ବ୍ୟୁରୋ : ପୁଣି ଅଶାନ୍ତ ଗଞ୍ଜାମ । ଗାଁରେ ବୁଲିଲା ଖଣ୍ଡା । ଅଧ ରାତିରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ରୁ ୬ ଜଣ ଯୁବକ ଏହି ଆତଙ୍କ ସୃଷ୍ଟି ହୋଇଛି। ଗଞ୍ଜାମ ଖଲ୍ଲିକୋଟ ବାଲୁଙ୍କେଶ୍ବରପୁରରେ ଘଟିଛି ଏହି ଅଘଟଣ। ଘର ଉପରକୁ ପଥର ମାଡ଼ କରିବା ସହିତ ଗାଁରେ ଖଣ୍ଡା ବୁଲାଇଛନ୍ତି ଦୁର୍ବୃତ୍ତ ।

କିଛି ଦିନ ତଳେ କ୍ରିକେଟ୍ ଖେଳକୁ ନେଇ ଗାଁର ବୁଲୁ ଗୌଡ଼ ଏବଂ ରାଜା ପ୍ରଧାନଙ୍କ ଭିତରେ ତିକ୍ତତା ଲାଗି ରହିଥିଲା । ଯାହାକୁ ନେଇ ଏଭଳି ଘଟଣା ଘଟିଛି । ଉଭୟ ପକ୍ଷ ଥାନାର ଦ୍ବାରସ୍ତ ହୋଇଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି । ଗୃହ ବିଭାଗର ମୁଖ୍ୟ ତଥା ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବଢି ଚାଲିଛି ଲ-ଲେସନେସ୍। ଯାହା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଛିଡ଼ା କରିଛି ଅନେକ ପ୍ରଶ୍ନବାଚୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍