ଭଉଣୀକୁ ଗିଫ୍ଟ ଦେବାକୁ କହିବାରୁ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ
by Argus News
Wed, Apr 24 | 6:40 p.m.

ଅର୍ଗସ ବ୍ୟୁରୋ : ସ୍ବାମୀ-ସ୍ତ୍ରୀ ସମ୍ପର୍କ ସବୁଠୁ ନିବିଡ ହୋଇଥାଏ। ଦୁହିଁଙ୍କର ଦୁହିଁଙ୍କ ପ୍ରତି ଥାଏ ଅନାବିଳ ଭଲପାଇବା ଏବଂ ପରସ୍ପର ପ୍ରତି ସମ୍ମାନ। କିନ୍ତୁ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଭଉଣୀର ବାହାଘରରେ ଗିଫ୍ଟ ଦେଵାକୁ ନେଇ ସ୍ଵାମୀକୁ ହତ୍ୟା କରିଛନ୍ତି ସ୍ତ୍ରୀର ପରିବାର ଲୋକେ। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। 

ସୂଚନା ଅନୁସାରେ ୩୫ ବର୍ଷିୟ ଚନ୍ଦ୍ର ପ୍ରକାଶ ମିଶ୍ର ଭଉଣୀ ବାହାଘରରେ ସୁନା ମୁଦି ଓ ଟିଭି ଗିଫ୍ଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଭଉଣୀର ବିବାହ ଆନ୍ତା ୨୬ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ଏହାଜାଣି ଚନ୍ଦ୍ରପ୍ରକାଶଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ଉପରେ ରାଗିଯାଇଥିଲେ। ଏବଂ ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀଙ୍କୁ ଦଣ୍ଡ ଦେବା ପାଇଁ ସ୍ତ୍ରୀ ଛବି ନିଜ ଭାଇ ଦ୍ଵାରା ଚନ୍ଦ୍ର ପ୍ରକାଶଙ୍କୁ ଆକ୍ରମଣ କରାଇଥିଲେ। ହସ୍ପିଟାଲରେ ହିଁ ଚନ୍ଦ୍ରପ୍ରକାଶଙ୍କର ମୃତ୍ୟୁ ହୋଇଥିଲା ଚନ୍ଦ୍ରପ୍ରକାଶଙ୍କ ମାତାପିତା ଥାନାରେ ଅଭିଯୋଗ କରିଛନ୍ତି। 

ଏହି ଘଟଣାକୁ କେନ୍ଦ୍ର କରି ସ୍ତ୍ରୀ ଛବି ତାଙ୍କ ଭାଇ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

UPI
30m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର
LOW PRESSURE
ନିର୍ବାଚନରେ ବାଧକ ସାଜିପାରେ ବର୍ଷା...
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍
ADR REPORT
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ