ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର
by Argus News
Wed, Feb 07 | 10:15 a.m.

କେନ୍ଦ୍ରାପଡା: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ବନ୍ଧ୍ୟାକରଣ ପରେ ମେଡିକାଲ ବାରଣ୍ଡାରେ ଶୋଇଲେ ମହିଳା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ମଧ୍ୟରେ ଉବୁଟୁବୁ ହେଉଥିବାବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । 
ମଙ୍ଗଳବାର ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିଲା ବନ୍ଧ୍ୟାକରଣ ଶିବିର ।

ଏହି ଶିବିରରେ ସାମିଲ ହୋଇଥିବା ମହିଳାମାନଙ୍କୁ ବନ୍ଧ୍ୟାକରଣ ପରେ ବେଡ଼୍ ଯୋଗାଇ ଦେବା ପରିବର୍ତ୍ତେ ସେମାନଙ୍କୁ ପାଲ ଯୋଗାଇ ଦିଆଯାଇଥିଲା । ଯାହା ଫଳରେ ମହିଳାମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଆଉଟ ଡୋର୍ ଆଗରେ ପାଲ ପକାଇ ଶୋଇଥିବା ଦେଖିବାକୁ ମିଳିଛି । 24 ବର୍ଷ ଶାସନରେ ରାଜ୍ୟରେ ଭୁଶୁଡ଼ି ପଡିଛି ସ୍ବାସ୍ଥ୍ୟ ବ୍ୟବସ୍ଥା । କେନ୍ଦ୍ରାପଡ଼ାରୁ ଆସିଥିବା ଦୃଶ୍ୟ ଏହାର ବଡ଼ ପ୍ରମାଣ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଆଜିଠାରୁ ଏକମାସ
17m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
39m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
41m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି