ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା
by Argus News
Thu, Feb 29 | 12:42 p.m.

ଭୁବନେଶ୍ବର : ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା। କ୍ୟାପିଟାଲ ଥାନା ବାପୁଜିନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ହେଲେ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା । ତାଙ୍କ ଘର ବାଲେଶ୍ଵର ଜଳେଶ୍ବର ରେ ବୋଲି ଜଣାପଡିଛି। ଶିଶୁଭବନ ଛକ ନିକଟରେ ସେ ଭଡାରେ ରହୁଥିଲେ । ମୃତକଙ୍କ ସ୍ୱାମୀ କୁଞ୍ଜବିହାରି ଦତ୍ତ ଏ ନେଇ ଗତକାଲି ରାତିରେ ଥାନାରେ ଅଭିଯୋଗ କରିଥିଲେ । କୁଞ୍ଜବିହାରି ଙ୍କର ବାପୁଜିନଗର ରେ ଏକ ମୋବାଇଲ ମରାମତି ଦୋକାନ ରହିଛି ।

ଅଧିକ ପଢନ୍ତୁ : ସ୍ୱାମୀ- ପୁତ୍ର ସାମ୍ନାରେ ମା'କୁ ଦୁଷ୍କର୍ମ କଲେ ୩ ଯୁବକ

ଗତକାଲି ସନ୍ଧ୍ୟା ୭ ଟା ରେ ସ୍ୱାମୀଙ୍କ ଦୋକାନ କୁ ଯାଇଥିଲେ ଗୀତାଞ୍ଜଳି । ଫେରିବା ବେଳେ ଜଣେ ଦୁର୍ବୁର୍ତ୍ତ ତାଙ୍କୁ ପିଛା କରି ଅଟକାଇଥିଲେ । କୌଣସି କଥାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅତର୍କିତ ଭାବେ ଯୁବକ ଜଣଙ୍କ ଛୁରାମାଡ଼ କରିଥିବା ଜଣାପଡ଼ିଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ମହିଳା ଜଣଙ୍କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସିସିଟିଭି ଆଧାର ରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ