ସାମ୍ନାକୁ ଆସିଲା ଅରବିନ୍ଦ କେଜରିୱାଲଙ୍କ ଦୋହରା ଚରିତ୍ର
by Argus News
Sat, Feb 24 | 7:34 p.m.

ଅର୍ଗସ ବ୍ୟୁରୋ : ଅରବିନ୍ଦ କେଜରିୱାଲ ଯିଏ ଏକ ସମୟରେ ପାଲଟିଥିଲେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ନେତା । ଯେଉଁ କଂଗ୍ରେସ ସରକାର ବିରୋଧରେ ଲଗାତାର ପ୍ରତିବାଦ କରୁଥିଲେ, ଗଣମାଧ୍ୟମରୁ ନେଇ ଜନସଭା ସବୁଠି କଂଗ୍ରେସ ବିରୋଧରେ ବିଷ ଓଗାଳୁଥିଲେ ଆଜି ସେହି ଦଳ ସହ ହାତ ମିଳାଇଛନ୍ତି ଅରବିନ୍ଦ କେଜରିୱାଲ । ୨୪ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି ଆପ୍ ଓ କଂଗ୍ରେସ । ୪ଟି ରାଜ୍ୟରେ ମିଳିମିଶି ପ୍ରାର୍ଥୀ ଦେବେ ଉଭୟ ଦଳ । ଦିଲ୍ଲୀରେ ମୋଟ ୭ଟି ଲୋକସଭା ଆସନରୁ କଂଗ୍ରେସ ୩ ଓ ଆପ୍ ୪ଟି ଆସନରେ ପ୍ରାର୍ଥୀ ଦେବ । ସେହିପରି ହିରୟାଣା, ଗୋଆ, ଗୁଜୁରାଟରେ ପାଇଁ ମଧ୍ୟ ଫାଇନାଲ୍ ହୋଇଛି ଆପ୍-କଂଗ୍ରେସ ସିଟ୍ ସେୟାରିଂ ଫର୍ମୁଲା । 

କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ବିରୋଧରେ ଦେଇଥିଲେ ଯୁଦ୍ଧଂ ଦେହି ଡାକରା । ଆନ୍ନା ହଜାରେଙ୍କୁ ଢାଲ କରି ଆନ୍ଦୋଳନ କଲେ, ଆଉ ତା ପରେ ଦଳ ଗଠନ କଲେ ଆଉ ପାଲଟିଗଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । କେଜରିୱାଲଙ୍କ ପ୍ରଥମ ଓ ପରମ ଶତ୍ରୁ ଥିଲା କଂଗ୍ରେସ । କାରଣ ଯେଉଁ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ଜନ୍ମ ସେହି ଦିଲ୍ଲୀରେ କଂଗ୍ରେସ ହିଁ ଥିଲା ଦୀର୍ଘ ବର୍ଷ ଧରି କ୍ଷମତାସୀନ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଚେହେରାର ଡିଣ୍ଡିମ ପିଟୁଥିବା ଅରବିନ୍ଦ କେଜରିୱାଲ କ୍ଷମତାକୁ ଆସିବାର  ବର୍ଷ କେଇଟା ଭିତରେ ପାଲଟିଗଲେ ଦୁର୍ନୀତିର ସୌଦାଗର । 

ଅଧିକ ପଢନ୍ତୁ ଭାରତ ଖବର

ଦିଲ୍ଲୀରେ ମଦନୀତି ଘୋଟାଲା, ମୋହଲ୍ଲା କ୍ଲିନିକ୍ ସ୍କାମରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ସ୍କାନରରେ କେଜରିୱାଲ । ଏବେ ଆପ୍-କଂଗ୍ରେସ ମେଣ୍ଟ ପରେ କେଜରିୱାଲଙ୍କୁ ଟାର୍ଗେଟ୍ କରିଛି ବିଜେପି । କହିଛି ସୁବିଧାବାଦୀ ରାଜନୀତିର ସୌଦାଗର ସାଜିଛନ୍ତି କେଜ୍ରିୱାଲ । ସବୁ ଦୁର୍ନୀତିରୁ ବର୍ତ୍ତିବାକୁ ସାହାରା ଲୋଡୁଥିବା ଆପ୍ କଂଗ୍ରେସର ଶରଣ ପଶିଛି । ରାଜନୀତିରେ ବିକଳ୍ପର କଥା କହି କ୍ଷମତାକୁ ଆସିଥିଲେ କେଜ୍ରିୱାଲ । ଏବେ ତାଙ୍କ ନାଁରେ ମାଳ ମାଳ ଦୁର୍ନୀତି ଅଭିଯୋଗ । ଏଥିପାଇଁ ସବୁ ନୀତି ନୈତିକତା ପାସୋରି ସାହାରା ଖୋଜିବାରେ ଲାଗି ପଡିଛନ୍ତି ଆପ୍ ମୁଖ୍ୟ । ଦୁର୍ନୀତି ଢାଙ୍କିବାକୁ ନେଇଛନ୍ତି କି ମେଣ୍ଟର ସାହାରା ?

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ