ଦିଲ୍ଲୀର ମୁଖ୍ୟମନ୍ତ୍ରୀ : କିଏ ପଢିଛନ୍ତି କେତେ ପାଠ ?
by Argus News
Thu, Sep 19 | 7:38 p.m.

ଅର୍ଗସ ବ୍ୟୁରୋ: ହଲଚଲ ଦିଲ୍ଲୀ ରାଜନୀତି । କାରଣ ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ,କେଜ୍ରିୱାଲ ଗିରଫ ହେବା ପରେ ଅନେକ ଦିନ ଜେଲରେ ରହିଲେ । ଯେଉଁଥି ଲାଗି ସାମ୍ବିଧାନିକ ସଂକଟ ଦେଖାଗଲା । ଅବଶ୍ୟ ସୁପ୍ରିମକୋର୍ଟ ତାଙ୍କୁ ବେଲ୍‌ ଦେଇଛନ୍ତି ହେଲେ ସିଏମ ଚୌକି ଛାଡିଛନ୍ତି କେଜ୍ରିୱାଲ । ଅରବିନ୍ଦଙ୍କ ଇସ୍ତଫା ପରେ ଏବେ ଆତିଶୀ ମାର୍ଲେନା ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ହେଲେ ଦିଲ୍ଲୀର ପୂର୍ବତନ ୨ ମହିଳା ମୁଖ୍ୟମନ୍ତ୍ରୀ ଓ ଏବେ ନୂଆକରି ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅରବିନ୍ଦ କେଜ୍ରିୱାଲଙ୍କ ପରେ ସେ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆମ୍ ଆଦମୀ ପାର୍ଟିର ପ୍ରଥମ ମହିଳା ସିଏମ୍ ହେବାକୁ ଯାଉଛନ୍ତି ଆତିଶୀ । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ହେବା ସ୍ଵାଭାବିକ କଥା । 

ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ଵର୍ଗତ ସୁଷମା ସ୍ୱରାଜ । ସୁଷମାଙ୍କ ପରେ ପରେ ଶୀଲା ଦୀକ୍ଷିତ୍ ଦିଲ୍ଲୀର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ସୂଚନା ଅନୁସାରେ, ସୁଷମା ନିଜର ପ୍ରାଥମିକ ଶିକ୍ଷା ଅମ୍ବାଲା କ୍ୟାଣ୍ଟର ସନାତନ ଧର୍ମ କଲେଜରୁ ସମାପ୍ତ କରିବା ପରେ ସେହି କଲେଜରୁ ସ୍ନାତକ ହାସଲ କରିଥିଲେ । ସୁଷମା ସ୍ୱରାଜ ସଂସ୍କୃତ ଏବଂ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ ପଢିଥିଲେ ।

ଶିଲା ଦୀକ୍ଷିତ । ଦିଲ୍ଲୀର ଦ୍ଵିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଶିଲା ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀର କନଭେଣ୍ଟ ଅଫ୍ ଜିସସ ଆଣ୍ଡ ମେରି ସ୍କୁଲରୁ ଶେଷ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପାଠ ପଢିବା ସମୟରେ ହିଁ ସେ ରାଜନୀତିରେ ଯୋଗ ଦେଇଥିଲେ ବୋଲି କୁହାଯାଏ । 

ସଜସଜ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ । ଆସନ୍ତା ଶନିବାର ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଆତିଶୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଛନ୍ତି ।  ବିଦେଶରୁ ବି ସେ ଅଧ୍ୟୟନ କରିଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ଆତିଶୀ । ମୋଟ୍‌ ଉପରେ ଦିଲ୍ଲୀ ପାଇଥିବା ବା ପାଇବାକୁ ଥିବା ମହିଳା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବହୁ ଅଧିକ ।

 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ