AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ? 
by Argus News
Thu, Jul 04 | 11:56 a.m.

ନୂଆଦିଲ୍ଲୀ:  ପ୍ରାୟତଃ  ଏବେ ସମସ୍ତଙ୍କ ଘରେ ଏସି।  ବାହାରର ତାପମାତ୍ରାରେ ସିଜି ସିଜି  ଗଲା ପରେ ଘରେ କି ଅଫିସ୍‌ରେ ଟିକେ ଏସିରେ ବସିଗଲେ ଓଃ କି ଶାନ୍ତି।  ତେବେ ଏସି ଚାଲୁ ସମୟରେ ପାଣି ଟପ୍‌ ଟପ୍‌ ଗଳିଥାଏ। ଏହି ପାଣିକୁ ଆମେ ସଙ୍ଗେ ସଙ୍ଗେ ଫିଙ୍ଗି ଦେଇଥାଉ। କାରଣ ଆମେ ଜାଣିଥାଉ ଯେ ଏସିରୁ ବାହାରୁ ଥିବା ପାଣି  କୌଣସି କାମରେ ଲାଗିନଥାଏ। ଆମ ମାଇଣ୍ଡରେ ଥାଏ ଯେ ଏସିରୁ ବାହାରୁଥିବା ପାଣି ଦୁଷିତ ଆଉ ସଫା ନଥାଏ। କେହି କେହି ଏହାକୁ ବିଷାକ୍ତ ମଧ୍ୟ ମନେ କରିଥାନ୍ତି।  ତେଣୁ ଏସିରୁ ବାହାରୁଥିବା ବାଲଟି ବାଲଟି ପାଣି  ଆମେ ଫିଙ୍ଗି ଦେଇଥାଉ।  କିନ୍ତୁ ଏହା ଭୁଲ..  ଏସି ପାଣି ଯେ କୌଣସି କାମରେ ଲାଗି ପାରିବ ନାହିଁ ଏ ଚିନ୍ତା ଧାରା  ଆମର ଭୁଲ।

 ଏସି ପାଣି ବହୁତ ଉପଯୋଗୀ।  ଏସି ପାଣିକୁ ମଧ୍ୟ ଆମେ  ବିଭିନ୍ନ କାମରେ  ବ୍ୟବହାର କରିପାରିବା। ଆପଣ ଏସିର ପାଣିକୁ ଘରର କୌଣସି କାର୍ଯ୍ୟ ରେ  ବି ବ୍ୟବହାର କରିପାରିବେ। ସାଧାରଣତଃ  ଏସି ପାଣି ଦୁଷିତ ପଦାର୍ଥରୁ ମୁକ୍ତ ଥାଏ।  ତେଣୁ ଏସି ପାଣିକୁ ଗଛରେ  ଦେଇପାରିବେ।  ସେହିପରିଏସି ପାଣିକୁ ବାସନମଜାରେ ମଧ୍ୟ ବ୍ୟବହାର କରିପାରିବେ। ଘରର ଚଟାଣ ମଧ୍ୟ ଧୋଇବାରେ ପାରିବେ ଏହି ଏସି ପାଣିରେ କିଛି ଅସୁବିଧା ନାହିଁ। ଟୟଲେଟରେ ଫ୍ଲସ କରିବା ପାଇଁ ଆମେ ପ୍ରତ୍ୟେକ ଦିନ ପ୍ରଚୁର ପାଣିର ବର୍ବାଦ କରିଥାଉ। ତେଣୁ ଏସି ପାଣିକୁ ନଷ୍ଟ ନ କରି ଟୟଲେଟର ଫ୍ଲସିଙ୍ଗ  ବ୍ୟବହାର କରନ୍ତୁ ।  ତେବେ  ଧ୍ୟାନ ରଖନ୍ତୁ ଏସି ପାଣିକୁ ରୋଷେଇ ଏବଂ ପିଇବା ପାଇଁ ବ୍ୟବହାର କରନ୍ତୁ ନାହିଁ। କାରଣ ଏହି ପାଣି  ଖାଇବା ପିଇବା ପାଇଁ ସୁଦ୍ଧ ହୋଇନଥାଏ। ପିଇବା ଏବଂ ରୋଷେଇ କାର୍ଯ୍ୟରେ ଏସି ପାଣିର ବ୍ୟବହାର ଛାଡିଦେଲେ ଅନ୍ୟ ସମସ୍ତ କାର୍ଯ୍ୟରେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ।  ତେଣୁ ଏସିରୁ ବାହାରୁଥିବା ପାଣିର ଫିଙ୍ଗି ନଦେଇ ସଦଉପଯୋଗ କରନ୍ତୁ। 
 ଅଧିକ ଦେଖନ୍ତୁ : 
 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା